ଏଟିଏଚ ରକ୍ସ ପରିବାର, ଓଡ଼ିଶା ତରଫରୁ ପରିବାରର ଚତୁର୍ଥ ବାର୍ଷିକ ପୂର୍ତ୍ତି ଅବସରରେ ପୁରୀ ଜିଲ୍ଲା ଗୋପ ଥାନା ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସମ୍ପାଦନା କରାଗଲା । ପରିବେଶ ସୁରକ୍ଷା ଓ ସବୁଜୀକରଣ ଦିଗରେ ଗୋଟିଏ ପ୍ରଶଂସନୀୟ ପଦକ୍ଷେପ ଭାବରେ ଆଜି ଗୋପ ଥାନା ପରିସର ଭିତରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ପ୍ରକାର ଛାୟା ଓ ଫଳଦାୟୀ ଗଛ ଲଗାଯାଇଛି। ଥାନା ଭିତରେ ଗଛ ଲଗାଇବାର ଉଦ୍ଦେଶ୍ୟ ହେଲା ପରିବେଶକୁ ସ୍ବଚ୍ଛ ରଖିବା ସହ ଆସୁଥିବା ସାଧାରଣ ଲୋକଙ୍କ ମନରେ ବୃକ୍ଷ ରୋପଣ ପ୍ରତି ସଚେତନତା ସୃଷ୍ଟି କରିବା।ପରିବାର ତରଫରୁ ମହିଳା ଶାଖା କୋଷାଧ୍ୟକ୍ଷ ଶ୍ରୀମତୀ ସରୋଜିନୀ ସ୍ୱାଇଁଙ୍କ ତତ୍ୱାବଧାନରେ ସକ୍ରିୟ ସଦସ୍ୟ ରାକେଶ କୁମାର ବିଶ୍ୱାଳ, ନୀଳମଣି ସେଠି, ରଶ୍ମିତା ବେହେରା, କୁନି ସଦସ୍ୟ ରାହୁଲ ସ୍ୱାଇଁ ଓ ଗୋପ ଥାନାର ପୋଲିସ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରେଇ ଥିଲେ ।

0 Comments