- କଳାହାଣ୍ଡି ଜିଲ୍ଲା ରେ ସକ୍ରିୟ ଚୋର
- ସନ୍ଧାନି କୁକୁର ଓ ସାଇନଟି ଫିକ ଟିମ ର ତନାଘନା
କଳାହାଣ୍ଡି - (ବିବେକାନନ୍ଦ ଦାସ / କୋଶଳ ପ୍ରହରୀ)ସାରା ଜିଲ୍ଲାରେ କିଛି ଦିନ ହେବ ଚୋରି ବଢ଼ିବାରେ ଲାଗୁଛି। ଦୁଇ ତିନି ଦିନ ତଳେ ନର୍ଲା ବ୍ଲକ ର ତୁଳା ପଡ଼ା ରେ କୋକସରା ବ୍ଲକ ରେ ଚୋରି ଡକାୟତି ଖବର ମିଳିଥିବା ବେଳେ ଗତ କାଲି ରାତିରେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଏନ୍ଏସି ର ୱାର୍ଡ ନଂ ୩ ରେ ଥିବା ଜଣେ ବଡ଼ ବ୍ୟବସାୟୀ ଙ୍କ ଘରୁ ବଡ଼ ଧରଣର ଡକାୟତି ହୋଇଥିବା କେସିଙ୍ଗା ଥାନା ରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ କେସିଙ୍ଗା ୱାର୍ଡ ନଂ ୩ ରେ ଥିବା ଅମ୍ବାଜି ଏଜେନ୍ସି ନାମକ ଏକ ହୋଲସେଲ ଦୋକାନ କରିଥିବା ପୁନମ ଜୈନ ଙ୍କ ଘରୁ ବିରାଟ ଚୋରି ହେଇଛି।କେତେ କଣ ଚୋରି ହୋଇଛି ବର୍ତ୍ତମାନ ପର୍ଯ୍ୟନ୍ତ ଆକଳନ ହୋଇନଥିଲେ ମଧ୍ୟ ପ୍ରାୟ ୩୦ ରୁ ୩୫ ଲକ୍ଷ ଟଙ୍କା ର ଚୋରି ହୋଇଥିବା ଅନୁମାନ କରାଯାଉଛି। ଏଠାରେ ପ୍ରକାଶ ଥାଉକି ନିଜର କୌଣସି ପାରିବାରିକ ଫଙ୍ଗସନ ପାଇଁ କିଛି ଦିନ ହେବ ଶ୍ରୀ ଜୈନ ଓ ତାଙ୍କ ପରିବାର ଓଡ଼ିଶା ରୁ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ଚୋରା ମାନେ କଳାକନା ବୁଲାଇ ଛୁ ହୋଇ ଯାଇଥିବା ଖବର ରହିଛି।ଅଭିଯୋଗ ପାଇବା ପରେ କେସିଙ୍ଗା ପୋଲିସ ସନ୍ଧାନୀ କୁକୁର ଓ ସାଇନ୍ଟିଫିକ୍ ଟିମ ଆସି ତନାଘନା ଚଳାଉଥିବା ବେଳେ ଚୋର ଙ୍କୁ ଧରିବା ପାଇଁ ଜୋର୍ ସୋର ରେ ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

0 Comments