ନୂଆପଡ଼ା (କୋଶଳ ପ୍ରହରୀ) ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସବସିଡି (ରିହାତି) ମୂଲ୍ୟରେ ଚାଷୀମାନଙ୍କୁ ଉନ୍ନତମାନର ବିହନ ବଣ୍ଟନ କରାଯାଉଛି। ଧାନ ଓ ଅଣ-ଧାନ ବିହନ ବ୍ୟତୀତ ସରକାର ଅଣ-ଧାନ ଫସଲ ଓ ଡାଲି ଜାତୀୟ ଫସଲକୁ ପ୍ରୋତ୍ସାହିତ କରୁଛନ୍ତି।ଏହି କ୍ରମରେ ଆଜି ନୂଆପଡା ଜିଲ୍ଲା କୋମନା ବ୍ଲକ କୃଷି କାର୍ଯ୍ୟାଳୟରେ ଚାଷୀମାନଙ୍କୁ ଡାଲି ଜାତୀୟ ଫସଲ ବିହନ ବଣ୍ଟନ କରାଯାଇଛି। କୋମନା ବ୍ଲକର ନୂଆଗାଁ, କାଣ୍ଡେତରା, ପଏଁର ଓ ସିଆଲଲଟି ଗ୍ରାମପଞ୍ଚାୟତର ଚାଷୀମାନଙ୍କୁ ହରଡ଼ ବିହନ ବଣ୍ଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକକୃଷିଅଧିକାରୀସଂଗୀତା ମେହେର କୋମନା, ତାପସ ଦଲାଇ , ଆଶିଷ ପଟେଲ ବିଟିଏମ, କୃଷି ଗ୍ରାମସେବକ କବିରାଜ ବାରିକ, ରଞ୍ଜିତ ବାଗ, କୃଷକ ସାଥୀ ନିଲାଚଲ ସାହୁ, ସହ ଉକ୍ତ ପଂଚାୟତ ର ଚାଷୀମାନେ ଉପସ୍ଥିତ ଥିଲେ। ଚାଷୀମାନଙ୍କୁ ମିନି କିଟ ର ଚାରି କେଜି ଲେଖାଏଁ ହରଡ଼ ମଞ୍ଜି ଦିଆଯାଇଥିଲା।

0 Comments