ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

୨ ୟୁନିଟ୍ ରକ୍ତଦାନ କରି ଅସହାୟ ରୋଗୀଙ୍କ ଜୀବନ ବଞ୍ଚାଇଲା ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ


ତାଳଚେର (କୋଶଳ ପ୍ରହରୀ) : ତାଳଚେର କଣ୍ଢାଳ ଅଞ୍ଚଳର ବିଳାସ ପ୍ରଧାନଙ୍କ ଗୋଡ଼ ଅସ୍ତ୍ରୋପଚାର ପାଇଁ ଜରୁରୀ ଭାବେ ରକ୍ତର ଆବଶ୍ୟକତା ପଡ଼ିଥିଲା। ଖବର ପାଇବା ମାତ୍ରେ ତାଳଚେରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ତୁରନ୍ତ ସକ୍ରିୟ ହୋଇ ରକ୍ତଦାତାଙ୍କ ବ୍ୟବସ୍ଥା କରିଥିଲା। ଫାଉଣ୍ଡେସନର ସଦସ୍ୟ ପ୍ରାଣବନ୍ଧୁ ସାହୁଙ୍କ ପ୍ରୟାସ ଏବଂ ପ୍ରତିଷ୍ଠାତା ସରୋଜ କୁମାର ସାହୁଙ୍କ ସହଯୋଗରେ ଢେଙ୍କାନାଳ ଦିନବନ୍ଧୁପୁରର ସୌମ୍ୟରଞ୍ଜନ ସାହୁ ଓ ଅନୁଗୋଳ ଜରାସିଂହ ଅଞ୍ଚଳର ପଙ୍କଜ ବାରିକ ୨ ୟୁନିଟ୍ ରକ୍ତଦାନ କରିଥିଲେ। ସେମାନଙ୍କ ଏହି ମହାନ ମାନବିକ ପଦକ୍ଷେପ ଫଳରେ ରୋଗୀଙ୍କ ଚିକିତ୍ସା ସମ୍ଭବ ହୋଇଥିବା ଜଣାପଡ଼ିଛି। ଏହି ନିଃସ୍ୱାର୍ଥ ସେବା ଓ ମାନବିକତା ପାଇଁ ସମସ୍ତ ରକ୍ତଦାତା ଏବଂ ସହଯୋଗୀଙ୍କୁ ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ସରୋଜ କୁମାର ସାହୁ ଆନ୍ତରିକ କୃତଜ୍ଞତା ଜଣାଇବା ସହ ସାଧୁବାଦ ଜଣାଇଛନ୍ତି। ସେ କହିଛନ୍ତି, ରକ୍ତଦାନ ହେଉଛି ମହାନ ଦାନ। ଆସନ୍ତୁ, ଆମେ ସମସ୍ତେ ସ୍ୱଇଚ୍ଛାରେ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାର ଏହି ପୁଣ୍ୟ କାର୍ଯ୍ୟରେ ସାମିଲ ହେବା। ମାନବିକତା ଓ ସେବାଭାବ ହିଁ ସମାଜକୁ ଅଧିକ ସଶକ୍ତ କରିଥାଏ।

Post a Comment

0 Comments