ନୂଆପଡ଼ା (କୋଶଳ ପ୍ରହରୀ) ଆଜି କୋମନା ବ୍ଲକ ବିଜେପି ଦଳ ତରଫରୁ ଲଗାଣ ବର୍ଷା ଯୋଗୁଁ ଅନେକ ଗାଁ, ଘରଦ୍ୱାର, ରାସ୍ତାଘାଟ ଓ ଚାଷ ଜମି କ୍ଷତି ଗ୍ରସ୍ତ ହୋଇଥିବା ସମ୍ବନ୍ଧେ ବିଜେପି ର ଏକ ପ୍ରତିନିଧି ଦଳ ଅତିରିକ୍ତ ତହସିଲଦାର କୋମନାକୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ପୁର୍ବତନ ମଣ୍ଡଳ ସଭାପତି ଚନ୍ଦନ ଠାକୁର, ଜିଲ୍ଲା ବଜାରୀ ମଣ୍ଡଳ ସଭାପତି ଭକ୍ତ ବନ୍ଧୁ ରଣା, ପାତାଲେସ୍ୱର ମଣ୍ଡଳ ସଭାପତି ଶତ୍ରୁଘନ ସ୍ୱାଇଁ, ବିଜେପି ଏସ ସି ମୋର୍ଚ୍ଚା ଯୁବ ସଂଗଠକ ଲୋକନାଥ ସିନ୍ଦୁର, କାର୍ତ୍ତିକ ନିଆଲ, ଡମ୍ବରୁଧର ମହାନନ୍ଦ, ପୂର୍ବତନ ଏସ ସି ମୋର୍ଚ୍ଚା ସଭାପତି ବିଘ୍ନେଶ୍ୱର ନିଆଲ, ଦୀପକ ପଣ୍ଡା, ପଞ୍ଚୁ ୟାଦବ, ସହଦେବ ପ୍ରଧାନ ଉପସ୍ଥିତ ଥିଲେ।ସୂଚନା ମୁତାବକ ଗତ ଦୁଇ ଦିନ ତଳେ ଲଗାଣ ବର୍ଷା ଯୋଗୁଁ କୋମନା ବ୍ଲକର ସମସ୍ତ ଅଂଚଳ ରେ ବନ୍ୟା ସୃଷ୍ଟି ହୋଇ କେତେ ଗାଁ ଜଳମଗ୍ନ ହେବା ସହ ଚାଷ ଜମି, ଘର ଦ୍ୱାର, ରାସ୍ତାଘାଟ, ପୋଖରୀ, ନଦୀ ନାଲ ଭାଙ୍ଗି କ୍ଷୟକ୍ଷତି ଘଟିଅଛି। ତେଣୁକରି ଏହାର ତଦନ୍ତ କରି ସରକାର ଙ୍କୁ ଅବଗତ କରି ଜନସାଧାରଣଙ୍କୁ ଉପଯୁକ୍ତ ସରକାରୀ ସହାୟତା ପ୍ରଦାନ କରିବା ନିମନ୍ତେ ବିଜେପି ବ୍ଲକ କାର୍ଯ୍ୟକର୍ତ୍ତା ଜଣାଇଥିଲେ।