
ବଙ୍ଗୋମୁଣ୍ଡା (କୋଶଳ ପ୍ରହରୀ) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଞ୍ଚାୟତ ପାତଲପଡା ଗାଁ ରେ ଲଗାଣ ବର୍ଷା ରେ ଅନେକ ଲୋକ ଙ୍କ ଘର ଭାଙ୍ଗି ଯାଇଥିବା ବେଳେ ସେମାନେ ବାର ଦୁଆର ହେଉଥିବା ଦେଖିବାକୁ ମିଳିଛି । ପାତଲପଡା ଗାଁର ମାଧବ ବାଗ ଙ୍କ ଘର ଭାଙ୍ଗି ଯାଇଥିବା ବେଳେ ପରିବାର ଲୋକେ ଅସହାୟ ଅବସ୍ଥା ରେ ଦିନ କାଟୁଛନ୍ତି । ଘର ସଜାଡ଼ିବା ପାଇଁ ମଧ୍ୟ ନିଜର ସକ୍ଷମ ନାହାନ୍ତି । ବିଭିନ୍ନ ସମୟ ରେ ପକ୍କା ଘର ପାଇବା ପାଇଁ ପଞ୍ଚାୟତ ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଠାରେ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଧ୍ୟାନ ଦେଉନାହାନ୍ତି । ଘରେ ତାଙ୍କ ସ୍ତ୍ରୀ ମଲି ବାଗ, ଅର୍ଜୁନ ବାଗ,ଯଯାତି ବାଗ ଙ୍କୁ ନେଇ ଏହି ଗରିବ ପରିବାର । ଘର ଭାଙ୍ଗିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ । ଏ ନେଇ ବଙ୍ଗୋମୁଣ୍ଡା ବିଡ଼ିଓ ନିତୁଶ୍ରୀ ମେହେର ଙ୍କୁ ଯୋଗାଯୋଗ କରିବାରୁ, ତଦନ୍ତ କରି ଘର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତୁରନ୍ତ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।ସେହିପରି ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ପଞ୍ଚାୟତ ତାଳଭଟା ଗାଁର ଲାଲସାହେବ ବେହେରା ଙ୍କ ଘର ମଧ୍ୟ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି । ତୁରନ୍ତ ପ୍ରଶାସନ ପକ୍ଷରୁ ଆକଳନ କରି ଗରିବ ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣ ରେ ଦାବି ହେଉଛି।
0 Comments