ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ଅକାଳ ବିୟୋଗ ପରେ ଅସହାୟ ପରିବାର ପାଖରେ ଛିଡ଼ା ହେଲେ ବିଜେଡି ନେତା


ଧର୍ମଗଡ଼ (କୋଶଳ ପ୍ରହରୀ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ପରଲା ଗ୍ରାମର ଦିନମଜୁରିଆ ସ୍ବର୍ଗତ ହେମନ୍ତ ଗୋପାଳ(୪୦)ଙ୍କ ଅକାଳ ବିୟୋଗ ପରେ ତାଙ୍କ ପରିବାର ଘୋର ଆର୍ଥିକ ସଙ୍କଟରେ ପଡ଼ିଛି। ଗତ ୨୩ ଜୁଲାଇରେ ହଠାତ୍ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟଙ୍କ ମୃତ୍ୟୁ ପରେ ପତ୍ନୀ ସୁବର୍ଣ୍ଣି ଗୋପାଳଙ୍କ ଉପରେ ଜଣେ ପୁଅ ଓ ଜଣେ ଝିଅଙ୍କ ସମେତ ସମଗ୍ର ପରିବାରର ଦାୟିତ୍ୱ ଆସିପଡ଼ିଛି। ଏହି ଦୁଃଖଦ ସମୟରେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ନିର୍ଦ୍ଦେଶକ୍ରମେ ଧର୍ମଗଡ଼ ବ୍ଲକ ବିଜେଡି ସଭାପତି ଡାକେଶ୍ୱର ଲହଜଲ, ବ୍ଲକ ସଭାନେତ୍ରୀ ମମତାରାଣୀ ଗୋପାଳ, ରତନ ନାଏକ, ସନ୍ତୋଷ ପାଢ଼ୀ, ଦୟା ମାଝୀ, ସମାଜସେବୀ ପରାଶର ସାହୁ, ସାମ୍ବାଦିକ ସୁଧୀର ଗୋପାଳ ଓ ସୋସିଆ ହାତୀ ପ୍ରମୁଖ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ସେମାନେ ପରିବାରକୁ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହ ସରକାରୀ ସହାୟତା ଯଥାଶୀଘ୍ର ମିଳିବା ପାଇଁ ଧର୍ମଗଡ଼ ବିଡିଓଙ୍କ ସହ ଆଲୋଚନା କରିଥିଲେ। ମୃତକଙ୍କ ପରିବାରକୁ ଶୀଘ୍ର ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ନେତୃବୃନ୍ଦ ଦାବି କରିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଏହି ମାନବିକ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଉଛି।

Post a Comment

0 Comments