ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ଡ଼ା. ରମେଶ ଚନ୍ଦ୍ର ମହାନନ୍ଦଙ୍କୁ ଡ଼ା. ବି.ଆର. ଅମ୍ବେଡକର ଜାତୀୟ ପୁରସ୍କାର-୨୦୨୬


କଣ୍ଟାବାଞ୍ଜି (କୋଶଳ ପ୍ରହରୀ) ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ବିଶିଷ୍ଟ ଶିକ୍ଷାବିତ୍ ତଥା ମୁରିବାହାଲ ସଂଯୁକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ା. ରମେଶ ଚନ୍ଦ୍ର ମହାନନ୍ଦଙ୍କୁ ଡ଼ା. ବି.ଆର. ଅମ୍ବେଡକର ଜାତୀୟ ପୁରସ୍କାର–୨୦୨୬ରେ ସମ୍ମାନିତ କରାଯାଇଛି। ଷ୍ଟାର୍ଟଅପ୍ ଏଜୁକେସନ୍ ଇଣ୍ଡିଆ ଫାଉଣ୍ଡେସନ୍ ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ସମ୍ମାନ ଶିକ୍ଷା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ, ସମାଜସେବା ଓ ଶିକ୍ଷାର ଉନ୍ନତି ପାଇଁ କରିଥିବା ନିଷ୍ଠାପୂର୍ଣ୍ଣ କାର୍ଯ୍ୟର ସ୍ୱୀକୃତି ସ୍ୱରୂପ ପ୍ରଦାନ କରାଯାଇଛି। ଡ଼ା. ମହାନନ୍ଦଙ୍କ ଏହି ସଫଳତାରେ କଣ୍ଟାବାଞ୍ଜି ଓ ବଲାଙ୍ଗୀର ଜିଲ୍ଲା ପାଇଁ ଗର୍ବର ବିଷୟ ହୋଇଥିବାବେଳେ ବିଭିନ୍ନ ଶିକ୍ଷାବିତ୍, ବୁଦ୍ଧିଜୀବୀ, ସାମାଜିକ ସଂଗଠନ ଓ ଶୁଭେଚ୍ଛୁମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କର ଏହି ସମ୍ମାନ ଯୁବପିଢ଼ିଙ୍କ ପାଇଁ ପ୍ରେରଣାଦାୟକ ବୋଲି ମତ ପ୍ରକାଶ ପାଇଛି।

Post a Comment

0 Comments