ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ନିଟ୍ ସଫଳତାରେ ପଣ୍ଡରାମାଳି ସମାଜର ଗର୍ବ ; ଦୁଇ କୃତୀ ଛାତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା


ଧର୍ମଗଡ,(କୋଶଳ ପ୍ରହରୀ) କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକର ଦୁଇ କୃତୀ ଛାତ୍ରୀ ନିଟ୍–୨୦୨୬ ପରୀକ୍ଷାରେ ସଫଳତା ହାସଲ କରି ପଣ୍ଡରାମାଳି ସମାଜ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଏହି ସଫଳତାକୁ ସମ୍ମାନ ଜଣାଇ କଳାହାଣ୍ଡି ଜିଲ୍ଲା ପଣ୍ଡରାମାଳି ସମାଜ ପକ୍ଷରୁ ଉଭୟ କୃତୀ ଛାତ୍ରୀଙ୍କୁ ସେମାନଙ୍କ ଗ୍ରାମରେ ଭବ୍ୟ ଭାବେ ସମ୍ବର୍ଦ୍ଧନା ଦିଆଯାଇଛି। ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଡୁମେରଗୁଡା ଗ୍ରାମର ସମାପିକା ସମଦର୍ଶିନୀ ନାଏକ ଏବଂ ରାଏନଗୁଡା ଗ୍ରାମର ପ୍ରିୟଦର୍ଶିନୀ ନାଏକ ନିଟ୍ ପରୀକ୍ଷାରେ ସଫଳତା ହାସଲ କରି ଡାକ୍ତରୀ ଶିକ୍ଷା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପଣ୍ଡରାମାଳି ସମାଜରେ ପ୍ରଥମ ଥର ପାଇଁ ଦୁଇ ଛାତ୍ରୀ ଏହି ସଫଳତା ହାସଲ କରିଥିବାରୁ ସମଗ୍ର ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ଏହି ଅବସରରେ ପୂର୍ବତନ ଯୁବ ବାହିନୀ ସଭାପତି ତଥା ଆଇନ ପରାମର୍ଶଦାତା ଦୁର୍ଗା ପ୍ରସାଦ ନାଏକଙ୍କ ନେତୃତ୍ୱ ଏବଂ ସମାଜ ସଭାପତି ଈଶ୍ୱର ପୂଝାରୀଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମର ଆରମ୍ଭରେ ସାବିତ୍ରୀବାଇ ଫୁଲେ ଓ ଜ୍ୟୋତିରାଓ ଫୁଲେଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା।ପରେ ଉଭୟ କୃତୀ ଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ, ଉପଢ଼ୋକନ, ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସମାଜର କୁଳପତି ପ୍ରକାଶ ଚନ୍ଦ୍ର ନାଏକ କହିଥିଲେ, ଉଭୟ ଛାତ୍ରୀ ଆଗାମୀ ଦିନରେ ଜଣେ ଦକ୍ଷ ଡାକ୍ତର ହୋଇ ସମାଜ ଓ ଦେଶର ସେବା କରିବା ସହ ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ପାଲଟିବେ। କାର୍ଯ୍ୟକ୍ରମକୁ ଯୁବ ବାହିନୀ ସଭାପତି ଭବାନୀ ଶଙ୍କର ବଣିଆ ପରିଚାଳନା କରିଥିବା ବେଳେ ରାଜେନ୍ଦ୍ର ଭୋଇ, ଲୋକେଶ ନାଏକ, ସୌମ୍ୟ ରଞ୍ଜନ ନାଏକ, ବେଣୁଧର ନାଏକ, ଲୋକେଶ୍ୱର ପାରି, କାର୍ଗିଲ ବଣିଆ, ସୁମିତ ବଣିଆଙ୍କ ସମେତ ବହୁ ସମାଜ କର୍ମକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ଶେଷରେ ଉଭୟ କୃତୀ ଛାତ୍ରୀଙ୍କ ପରିବାର ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଯାଇଥିଲା।

Post a Comment

0 Comments