ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ବ୍ରାହ୍ମଣ ଏକତା ମଞ୍ଚର ବ୍ଲକ୍ ସ୍ତରୀୟ ବୈଠକ


ବୀରମହାରାଜପୁର (କୋଶଳ ପ୍ରହରୀ) ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ବ୍ରାହ୍ମଣ ଏକତା ମଞ୍ଚ, ବୀରମହାରାଜପୁର ର ସାଂଗଠନିକ ବୈଠକ କୃଷ୍ଣଚନ୍ଦ୍ର ପାଢ଼ୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଉଲୁଣ୍ଡା ବ୍ଲକ ର କର୍ମକର୍ତ୍ତାମାନେ ମଧ୍ୟ ଯୋଗଦାନ କରି ସମାଜର ଗଠନ ମୂଳକ ପ୍ରସ୍ତାବ ଉପରେ ଆଲୋକପାତ କରିଥିଲେ । ବୀରମହାରାଜପୁର ବ୍ଲକ୍ ସ୍ତରୀୟ ବୈଠକ ଉପରେ ଆଲୋଚନା ଓ ପଞ୍ଚାୟତ ସ୍ତରରେ ପ୍ରତିନିଧି ଚୟନ ଉପରେ ଆଲୋଚନା କରା ଯାଇଥିଲା। ବୈଠକରେ ସର୍ବସମ୍ମତିକ୍ରମେ ସଂଯୋଜକ ଭାବରେ ଡ. ଦ୍ବିତୀକୃଷ୍ଣ ପଣ୍ଡା ଓ ସହ ସଂଯୋଜକ ଭାବରେ ଦାମୋଦର ହୋତା ଓ ସୂର୍ଯ୍ୟ କୁମାର ନନ୍ଦଙ୍କୁ ଚୟନ କରା ଯାଇଛି। ଆସନ୍ତା ତା ୧୨/୭/୨୬ ପୂର୍ବାହ୍ନରେ ଜଗନ୍ନାଥ ମନ୍ଦିର ପରିସରରେ ଏକ ବୈଠକ ସହିତ ବିଷ୍ଣୁ ସହସ୍ରନାମ ପଠନ କରିବାକୁ ସିଦ୍ଧାନ୍ତ କରିଥିବା କଥା ସଂଯୋଜକ ଙ୍କ ଠାରୁ ପ୍ରକାଶ।ଆଜିର ବୈଠକରେ ରାମ ପ୍ରସାଦ ପଣ୍ଡା,ବାସୁଦେବ ରଥ,ସତ୍ୟ ନାରାୟଣ ନାୟକ, ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ଦୟାନିଧି ହୋତା, ତ୍ରିନାଥ ମିଶ୍ର, ଲକ୍ଷ୍ମଣ ପାଣ୍ଡିଆ, ଗୋବିନ୍ଦ ଚନ୍ଦ୍ର ମିଶ୍ର, ବୈକୁଣ୍ଠ ଶତପଥୀ, ଦାମୋଦର ମିଶ୍ର, ପଦ୍ମଲୋଚନ ମିଶ୍ର,ଜଗଦୀଶ ରଥ, ଜ୍ଞାନେନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗଦାନ କରିଥିଲେ।

Post a Comment

0 Comments