ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ବରିଷ୍ଠ ନାଗରିକଙ୍କ ବିୟୋଗରେ ଶୋକ


ବୀରମହାରାଜପୁର (କୋଶଳ ପ୍ରହରୀ) ବରିଷ୍ଠ ନାଗରିକ ସଂଗଠନ ବୀରମହାରାଜପୁରର ସଦସ୍ୟ ଧ୍ରୁବ ଚରଣ ଦାଶ୍‌ଙ୍କ ବିୟୋଗରେ କାର୍ଯ୍ୟାଳୟ ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇ ତାଙ୍କର ଅମର ଆତ୍ମାର ସଦ୍‌ଗତି ପାଇଁ ଭଗବାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଛି।ଅନୁଷ୍ଠାନ ର ସଭାପତି ଦୟାନିଧି ହୋତାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଶୋକ ସଭାରେ ସଂପାଦକ ଡ ଦ୍ବିତୀକୃଷ୍ଣ ପଣ୍ଡା, କୋଷାଧ୍ୟକ୍ଷ ଅକ୍ଷୟ କୁମାର ମିଶ୍ର, ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ପାଢ଼ୀ, ସଦସ୍ୟ ବାସୁଦେବ ପଣ୍ଡା ପ୍ରମୁଖ ସ୍ବର୍ଗତ ଦାଶ୍‌ଙ୍କ ସ୍ମୃତି ଚାରଣ କରିଥିଲେ। ଅନୁଷ୍ଠାନ ର ସଦସ୍ୟ ଜୀତେନ୍ଦ୍ରିୟ ପ୍ରଧାନ,ସତ୍ୟ ନାରାୟଣ ନାୟକ ,ରବି ନାରାୟଣ ବେହେରା, ଶ୍ୟାମସୁନ୍ଦର ସେଠୀ, ସାମ୍ବାଦିକ ଯୁଗଳ କିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।ସ୍ବର୍ଗତ ଦାଶ୍ ଜଣେ ମେଳାପୀ ତଥା ମିଷ୍ଟଭାଷୀ ବ୍ୟକ୍ତି ଥିଲେ । ବୀରମହାରାଜପୁର ର ସରସ୍ବତୀ ପାଠାଗାର ଠାରୁ ଆରମ୍ଭ କରି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ମହିଳା ମହାବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ମନ୍ଦିର,ଦୋଳ ପୂର୍ଣ୍ଣିମା ଉତ୍ସବ, ବରିଷ୍ଠ ନାଗରିକ ସଂଗଠନ ସହିତ ଓତଃପ୍ରୋତଭାବେ ଜଡ଼ିତ ଥିଲେ । ବୀରମହାରାଜପୁର ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ।ଆଜି ଦିନ ଘ ୧୦-୩୦ମି ସମୟରେ ନିଜ ବାସଭବନରେ ତାଙ୍କର ଦେହାନ୍ତ ଘଟିଲା ଓ ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ଦେବାଶୀଷ ଉପସ୍ଥିତ ଥିଲେ । ନିକଟସ୍ଥ ଜଟେସିଂହା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କ ଶବାଧାରରେ ଦେବେନ୍ଦ୍ର ଦାଶ୍ , ଯୋଗେଶ୍ୱର ନାଏକ ଓ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ।ତାଙ୍କର ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Post a Comment

0 Comments