ଗ୍ରାମୀଣ ବିକାଶ ଓ ଆଜୀବିକା ସଶକ୍ତୀକରଣ ପାଇଁ ସମନ୍ୱିତ ପଦକ୍ଷେପ ଉପରେ ଗୁରୁତ୍ୱ,
ନୂଆପଡ଼ା (କୋଶଳ ପ୍ରହରୀ) ବିକଶିତ ଭାରତ–ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ (ଗ୍ରାମୀଣ) (VB-G RAM G)ର ଜିଲ୍ଲାସ୍ତରୀୟ ଜନସମ୍ମିଳନୀ ଓ ଶୁଭାରମ୍ଭ କାର୍ଯ୍ୟକ୍ରମ ନୂଆପଡ଼ାସ୍ଥିତ ଏନ୍.ଆଇ.ସି. ଭିଡିଓ କନଫରେନ୍ସ ହଲ୍ରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମର ଜାତୀୟସ୍ତରୀୟ ଶୁଭାରମ୍ଭ ଆନ୍ଧ୍ରପ୍ରଦେଶର ତିରୁପତିରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ କରିଥିଲେ। ଏହି ଅବସରରେ ସେ ନୂଆପଡ଼ା ସମେତ ଦେଶର ବିଭିନ୍ନ ରାଜ୍ୟର VB-G RAM G ଅଧୀନରେ କାର୍ଯ୍ୟରତ ହିତାଧିକାରୀଙ୍କ ସହ ଆଭାସୀ ମାଧ୍ୟମରେ ସିଧାସଳଖ ଆଲୋଚନା କରିଥିଲେ। ନୂଆପଡ଼ାରେ ଉପସ୍ଥିତ ଅତିଥି ଓ ଅଧିକାରୀମାନେ ମଧ୍ୟ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସ ମାଧ୍ୟମରେ ସାମିଲ ହୋଇଥିଲେ।ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ଦାଶ ସଭାପତିତ୍ୱ କରିଥିଲେ।
ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଅତିରିକ୍ତ ନିର୍ବାହୀ ଅଧିକାରୀ (ପ୍ରଶାସନ) କ୍ଷମାନିଧି ଭୋଇ, ନୂଆପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ତାରେଶ୍ୱରୀ ସାହୁଙ୍କ ସମେତ ବିଡିଓ, ଏବିଡିଓ, ସହକାରୀ ନିର୍ବାହୀ ଯନ୍ତ୍ରୀ, ମନରେଗା ସଂଯୋଜକ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ, ସରପଞ୍ଚ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ପିଇଓ, ଏଡିଇଓ, ଜିଆରଏସ୍, ଯାନ୍ତ୍ରିକ କର୍ମଚାରୀ, ବିଭିନ୍ନ ବିଭାଗର ଅଧିକାରୀ ଓ ଜିଲ୍ଲା ପରିଷଦ କର୍ମଚାରୀମାନେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ VB-G RAM Gର ଲକ୍ଷ୍ୟ ଓ ଉଦ୍ଦେଶ୍ୟ, ଗ୍ରାମୀଣ ବିକାଶ, ରୋଜଗାର ସୃଷ୍ଟି, ଜନସହଭାଗିତା, ବିଭାଗୀୟ ସମନ୍ୱୟ ଏବଂ ସଶକ୍ତ ଗ୍ରାମ ପଞ୍ଚାୟତ ଗଠନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଯୋଜନାର ସଫଳ ରୂପାୟନ ପାଇଁ ପ୍ରଶାସନ, ପଞ୍ଚାୟତ ପ୍ରତିନିଧି ଓ ସମସ୍ତ ସମ୍ପୃକ୍ତ ବିଭାଗର ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ।ପରିଶେଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ VB-G RAM Gର ସଫଳ କାର୍ଯ୍ୟକାରିତା ପାଇଁ ସମସ୍ତ ବିଭାଗ, ପଞ୍ଚାୟତ ପ୍ରତିନିଧି ଏବଂ ହିତାଧିକାରୀଙ୍କ ସକ୍ରିୟ ସହଯୋଗ କାମନା କରାଯାଇଥିଲା।

0 Comments