ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ସିଆଲଲଟି ଗ୍ରାମରେ ଧୂମଧାମରେ ପାଳିତ ହେଲା ବାହୁଡ଼ା ରଥଯାତ୍ରା


ନୂଆପଡା (କୋଶଳ ପ୍ରହରୀ) ନୁଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ଗ୍ରାମରେ ଜଗତର ନାଥ ଜଗନ୍ନାଥଙ୍କ ବାହୁଡ଼ା ରଥଯାତ୍ରା ଧୂମଧାମରେ ପାଳନ କରାଯାଇଛି। ଭକ୍ତି ଓ ଉତ୍ସାହ ମଧ୍ୟରେ ମାଉସୀ ମନ୍ଦିରରୁ ମହାପ୍ରଭୁ ନିଜ ମନ୍ଦିରକୁ ବାହୁଡ଼ିଥିଲେ।ଏହି ଅବସରରେ ବୈଷମପାୟନ ସାହୁ (ବୈରାଜ) ଛେରାପହରା କାର୍ଯ୍ୟ ସଂପାଦନ କରିଥିବାବେଳେ ପୂଜକ ସୁଦାମ ଚରଣ ଦାସ ପୂଜାର୍ଚ୍ଚନା ସୁଚାରୁ ରୂପେ ସମ୍ପନ୍ନ କରିଥିଲେ। ପାରମ୍ପରିକ ରୀତିନୀତି ଅନୁସାରେ ତିନି ଠାକୁର ରଥାରୂଢ଼ ହୋଇ ଗ୍ରାମ ପରିକ୍ରମା କରିବା ପରେ ନିଜ ମନ୍ଦିରରେ ପୁନଃ ପ୍ରତିଷ୍ଠିତ ହୋଇଥିଲେ। "ଜୟ ଜଗନ୍ନାଥ" ଧ୍ବନିରେ ସମଗ୍ର ଗ୍ରାମ ଗୁଞ୍ଜରିତ ହୋଇଉଠିଥିଲା। ଶତାଧିକ ଭକ୍ତ ରଥ ଟଣାରେ ସାମିଲ ହୋଇ ଭକ୍ତିର ପରିଚୟ ଦେଇଥିଲେ।ଏହି ଯାତ୍ରାକୁ ସଫଳ କରିବାରେ ରଥ କମିଟି ସହଯୋଗରେ ଶାନ୍ତିପୂର୍ଣ୍ଣ ଭାବେ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଥିଲା ଓ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରାଯାଇଥିଲା।

Post a Comment

0 Comments