ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

କୋରାପୁଟ ଅଞ୍ଚଳର ବିଭିନ୍ନ ଶିଳ୍ପ ଅନୁଷ୍ଠାନରେ ବିଶ୍ୱକର୍ମା ପୂଜା ପାଳିତ


କୋରାପୁଟ (କୋଶଳ ପ୍ରହରୀ) : କୋରାପୁଟ ଅଞ୍ଚଳର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ମହାଆଡ଼ମ୍ବରରେ ପାଳିତ ହୋଇଯାଇଥିବା ଖବର ହସ୍ତଗତ ହୋଇଅଛି । ପ୍ରାଚୀନ ଗ୍ରନ୍ଥ,ପୁରାଣ, ଉପନିଷଦ ଆଦି ଅନୁଯାୟୀ ବିଶ୍ୱକର୍ମା ହେଉଛନ୍ତି ଶ୍ରେଷ୍ଠ ଶିଳ୍ପୀ । ପ୍ରଜାପତି ବ୍ରହ୍ମାଙ୍କ ନାଭି କମଳରୁ ବିଶ୍ୱକର୍ମାଙ୍କ ଜନ୍ମ ବୋଲି ପୁରାଣ ବର୍ଣ୍ଣିତ ଅଛି । କନ୍ୟାସଂକ୍ରାନ୍ତି ଅବସରରେ ମର୍ତ୍ତ୍ୟରେ ଅବିର୍ଭୁତ ହୋଇଥିଲେ ଦେବଶିଳ୍ପୀ ବିଶ୍ୱକର୍ମା । ବିଶ୍ୱକର୍ମା ହେଉଛନ୍ତି ସକଳ ଶିଳ୍ପକଳାର ଜନକ । ତେଣୁ ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କଳାକାରଖାନାରେ ବିଶ୍ୱକର୍ମାଙ୍କୁ ପୂଜା କରାଯାଇଥାଏ । ଏହି କ୍ରମରେ ଆଜି କୋରାପୁଟ ଠାରେ ଥିବା କାରପେଣ୍ଟର୍ ସେଣ୍ଟର୍, ପିଏଚଡି ଅଫିସ୍ ସହ ବିଭିନ୍ନ ସ୍ଥାନରେ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ଆଲୋକସଜ୍ଜା ଓ ବିଶ୍ୱକର୍ମାଙ୍କୁ ଦର୍ଶନ କରିବା ପାଇଁ ସମସ୍ତ ପୂଜାସ୍ଥଳୀ ନିକଟରେ ବହୁ ଜନସାଧାରଣଙ୍କ ସମାଗମ ଦେଖିବାକୁ ମିଳିଅଛି ।

Post a Comment

0 Comments