ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ବଙ୍ଗୋମୁଣ୍ଡା ପି.ଏସ୍. ଡିଗ୍ରୀ କଲେଜରେ ଭୋଟର ସଚେତନତା କାର୍ଯ୍ୟକ୍ରମ


ବଙ୍ଗୋମୁଣ୍ଡା, (କୋଶଳ ପ୍ରହରୀ) : ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବଙ୍ଗୋମୁଣ୍ଡାସ୍ଥିତ ପି.ଏସ୍. ଡିଗ୍ରୀ କଲେଜ ପରିସରରେ ‘ସାମଗ୍ରୀକ ଭୋଟର ଶିକ୍ଷା ଏବଂ ନିର୍ବାଚନୀ ଅଂଶଗ୍ରହଣ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ‘ନିର୍ବାଚନ ଏବଂ ଭୋଟର ଅଂଶଗ୍ରହଣର ଗୁରୁତ୍ୱ’ ଶୀର୍ଷକ ସ୍ଲୋଗାନ ଲିଖନ ପ୍ରତିଯୋଗିତା ଏବଂ ‘ଗଣତନ୍ତ୍ରକୁ ମଜବୁତ କରିବାରେ ନିର୍ବାଚନର ଭୂମିକା’ ଶୀର୍ଷକ ବିତର୍କ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିସହ କଲେଜରେ ‘ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ-୨୦୨୬’ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା। ଏହା ୭୦-କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀ ପାଇଁ ଉଦ୍ଦିଷ୍ଟ ଥିଲା।

ପି.ଏସ୍. ଡିଗ୍ରୀ କଲେଜର ଅଧ୍ୟକ୍ଷ ଡକ୍ଟର ସୁଭେନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ-ତଥା-ଡେପୁଟି କଲେକ୍ଟର (ନିର୍ବାଚନ) ହରେକୃଷ୍ଣ ମେହେର, ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ-ତଥା-ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବଙ୍ଗୋମୁଣ୍ଡା ନିତୁଶ୍ରୀ ମେହେର ଏବଂ ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ-ତଥା-ସହକାରୀ ଜିଲ୍ଲାପାଳ ତୁଷାରକାନ୍ତ ମହଲା ପ୍ରମୁଖ ଯୋଗଦେଇ ଗଣତନ୍ତ୍ରରେ ପ୍ରତ୍ୟେକ ଭୋଟରଙ୍କ ଅଧିକାର, କର୍ତ୍ତବ୍ୟ ଓ ଭୋଟଦାନର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। କଲେଜର ଅଧ୍ୟାପକ ନଟବର ବେହେରା କାର୍ଯ୍ୟକ୍ରମଟିକୁ ସଞ୍ଚାଳନ କରିଥିଲେ। ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ କଲେଜର ଅଧ୍ୟାପକ ଅଲୋକ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

0 Comments