ଅବୈଧ କାରବାରକୁ ନେଇ ଚର୍ଚ୍ଚା, SDPOଙ୍କ ଭୂମିକାକୁ ନେଇ ଉଠିଲା ବଡ଼ ପ୍ରଶ୍ନ
ସ୍ଥାନୀୟ ମହଳର ପ୍ରଶ୍ନ—“ଯଦି ସହରରେ ଏପରି ଅବୈଧ କାରବାର ଚାଲିଛି, ତେବେ ସ୍ଥାନୀୟ ପୋଲିସ ଓ SDPOଙ୍କ ନଜରକୁ ଏହା ଆସୁନାହିଁ କାହିଁକି?” କଣ୍ଟାବାଞ୍ଜି ଡିଏସପି କୁ ମାସିକଆ ବଟି ଦେଇ ଏହି ବେଆଇନ ଚାଲୁଥିବା ଜନ ସାଧାରଣ ରେ ଅଭିଯୋଗ ହେଉଛି। ଜୁଆ ଓ ସଟ୍ଟା ଭଳି କାରବାର ଯୁବପିଢ଼ି ଓ ପରିବାର ଉପରେ ଆର୍ଥିକ ଓ ସାମାଜିକ ପ୍ରଭାବ ପକାଇପାରେ। ତେଣୁ ଏହି ଅଭିଯୋଗଗୁଡ଼ିକର ନିଷ୍ପକ୍ଷ ଯାଞ୍ଚ କରି, ଯଦି କୌଣସି ଅବୈଧ କାରବାର ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବାକୁ ଦାବି ହେଉଛି।
ଏଥିସହ କଣ୍ଟାବାଞ୍ଜି SDPOଙ୍କ ଦ୍ୱାରା ଏହି ଅଭିଯୋଗ ଉପରେ କ’ଣ ପଦକ୍ଷେପ ନିଆଯାଇଛି, ତାହା ସାର୍ବଜନୀନ କରିବାକୁ ମଧ୍ୟ ଦାବି ହୋଇଛି। ଆବଶ୍ୟକ ହେଲେ ଉଚ୍ଚପଦସ୍ଥ ପୋଲିସ ଅଧିକାରୀଙ୍କ ଦ୍ୱାରା ଏହି ଅଭିଯୋଗର ସ୍ୱତନ୍ତ୍ର ଯାଞ୍ଚ କରାଯିବାକୁ ମଧ୍ୟ ଦାବି ଉଠିଛି। କଣ୍ଟାବାଞ୍ଜି ରେ ଯୋଗ ଦେବା ଦିନ ଠାରୁ ଡିଏସପି ଏଲ୍ ଏନ୍ ମାରାଣ୍ଡି କଣ୍ଟାବାଞ୍ଜି ଉପଖଣ୍ଡ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି, ଏହା ସହ ବେଆଇନ କାର୍ଯ୍ୟ ବଢ଼ି ଚାଲିଛି, ଜନ ସାଧାରଣ ରେ ଚର୍ଚ୍ଚା ଆରମ୍ଭ ହୋଇଛି ଯେ ଉକ୍ତ ବେଆଇନ୍ କାର୍ଯ୍ୟ ରେ କିଛି ଲୋକ ମାସକିଆ ବଟି ଦେଇ ବେଧଡକ କରୁଛନ୍ତି,ଲୋକ ଙ୍କ ପୋଲିସ ପ୍ରତି ବିଶ୍ୱାସ ରହୁ ନାହିଁ।

0 Comments