ବାଲେଶ୍ବର (ଲକ୍ଷ୍ମୀଧର ବାରିକ | କୋଶଳ ପ୍ରହରୀ) ବାଲେଶ୍ୱର ପଟେଲ ସମାଜ ଯୁବ ମଣ୍ଡଳ ପକ୍ଷରୁ ରବିବାର ସନ୍ଧ୍ୟାରେ ସ୍ଥାନୀୟ ଭାସ୍କରଗଂଜ ସ୍ଥିତ ଉମାଭବନ ପରିସରରେ ଏକ ରକ୍ତଦାନ ଶିବିର ସମ୍ବାଦ - ଆମ ଓଡ଼ିଶା ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଯୁବମଣ୍ଡଳର ସଭାପତି ଗୌତମ ପଟେଲ ଓ ସମ୍ପାଦକ ଅମରତ ପଟେଲଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ଶିବିରକୁ ବାଲେଶ୍ୱର ଗୁଜରାଟୀ ପଟେଲ ସମାଜ ସଂଗଠନର ଉପ ସଭାପତି ଯୋଗେଶ ପଟେଲ ଓ ମହାମନ୍ତ୍ରୀ ମୁକେଶ ପଟେଲ, ମହିଳା ମଣ୍ଡଳ ସଭାପତି ମଣୀବେନ୍ ପଟେଲ ଓ ମହାମନ୍ତ୍ରୀ ଚଞ୍ଜଲା ପଟେଲ ମିଳିତ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ବାଲେଶ୍ବରରେ ତାଙ୍କ ସଂଗଠନ ତରଫରୁ ରକ୍ତଦାନ ଶିବିର ଭଳି ମହତ୍ କାର୍ଯ୍ୟକ୍ରମ ନିୟମିତ ଭାବେ କରିଆସୁଥିବାରୁ ସମସ୍ତ କର୍ମକର୍ତ୍ତାମାନଙ୍କୁ ସାଧୁବାଦ ଜଣାଇଥିଲେ। ବାଲେଶ୍ୱର ରକ୍ତ କେନ୍ଦ୍ରର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରରୁ ୧୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଦିଶା ପଟେଲ, ବିଜୀୟା ପଟେଲ, ଶଙ୍କର ପଟେଲ,କ୍ରିତି କୁମାର ପଟେଲ, ପ୍ରକାଶ ପଟେଲ, ଆଶିଷ ପଟେଲ, ସୁରେଶ ପଟେଲ ଓ ଲକ୍ଷ୍ମୀଧର ବାରିକ ପ୍ରମୁଖ ଶିବିର ପରିଚାଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।


0 Comments