ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

କଲମପୁର ଥାନା ନୁଆଗୁଡା ଠାରେ ଅଭାବନୀୟ ଘଟଣା, ବାପର କାଠ ଫାଳିଆ ମାଡରେ ଭେଣ୍ଡିଆ ପୁଅ ର ମୃତ୍ୟୁ


କଳାହାଣ୍ଡି - (ବିବେକାନନ୍ଦ ଦାଶ / କୋଶଳ ପ୍ରହରୀ) ଗତ ବୁଧବାର ସାମାନ୍ୟ ଘଟଣା କୁ ନେଇ କଲମପୁର ଥାନା ଅନ୍ତର୍ଗତ ନୁଆଗୁଡା ଗାଁ ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା।ସୂଚନା ଅନୁସାରେ କଲମପୁର ଥାନା ଅନ୍ତର୍ଗତ ନୁଆଗୁଡା ଗାଁ ର ମାନସିଂହ ଗହୀର ନାମକ ଜଣେ ବ୍ୟକ୍ତି ସାମାନ୍ୟ ଘରୋଇ ଅଶାନ୍ତି କୁ ନେଇ ପୁଅ ଆଲୋକ ରଞ୍ଜନ ସହ ବଚସା ହେଇଥିଲା। ପରବର୍ତ୍ତୀ ସମୟରେ ବାପା ମାନସିଂହ ଉତକ୍ଷିପ୍ତ ହେଇ ପୁଅ ଆଲୋକର ମୁଣ୍ଡରେ ଏକ କାଠ ଫାଳିଆ ଦ୍ୱାରା ଆକ୍ରମଣ କରିଥିଲା। ଫଳରେ ଆଲୋକ ରକ୍ତାକ୍ତ ଅବସ୍ଥାରେ ଘର ସମ୍ମୁଖରେ ପଡିଯାଇଥିଲା। ପରିବାର ଲୋକ ଗୁରୁତର ଅବସ୍ଥାରେ ଆଲୋକ କୁ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାସହ କଲମପୁର ପୁଲିସ ଥାନା କୁ ସୂଚନା ଦେଇଥିଲେ। ପୁଲିସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ଜବତ କରିଥିଲେ। ଏହାପରେ ନୁଆଗୁଡା ଗାଁ କୁ ଯାଇ ପ୍ରାଥମିକ ତଦନ୍ତ କରିବା ସହ ଆକ୍ରମଣକାରୀ ବାପ ମାନସିଂହ କୁ ଧରି ଥାନାରେ ଅଟକ ରଖି ପଚରାଉଚରା କରିଥିଲେ। ଆଜି ଗୁରୁବାର ସକାଳେ ଏକ ହତ୍ୟା ଜନିତ ମାମଲା ରୁଜୁ କରାଯାଇଛି। ଏହାସହ ଶବର ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ଦିନ ୧୧ଟା ବେଳେ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାର ତଦନ୍ତକାରୀ ଅଧିକାରୀ ଭାବେ ନିଜେ ଥାନା ଅଧିକାରୀ ସୁନିଲ କୋଣ୍ଡାଗୋରୀ ଦାଇତ୍ୱ ନେଇଛନ୍ତି।

Post a Comment

0 Comments