ଢେଙ୍କାନାଳ (କୋଶଳ ପ୍ରହରୀ) : ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ନାତିଡ଼ି ଗ୍ରାମସ୍ଥିତ ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଅବସରରେ ଢେଙ୍କାନାଳ ଜିଲ୍ଲା ନାଧରାସ୍ଥିତ ଶ୍ରୀ ଗୋକଣେଶ୍ୱର ଶିବ ମନ୍ଦିର ପରିସରରେ ଅନ୍ନପ୍ରସାଦ ବଣ୍ଟନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହା ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ପରିବାରର ପଞ୍ଚମ ବର୍ଷର କାର୍ଯ୍ୟକ୍ରମ ଥିଲା। ବୋଲବମ୍ ଭକ୍ତଙ୍କ ପାଇଁ ଅନ୍ନପ୍ରସାଦ ବଣ୍ଟନ ସହ ମନ୍ଦିର ପରିସରରେ ବୃକ୍ଷରୋପଣ କରାଯାଇଥିଲା।
ଅନୁଷ୍ଠାନର ପ୍ରତିଷ୍ଠାତା ସରୋଜ କୁମାର ସାହୁ ଓ ଦିଲ୍ଲୀପ କୁମାର ସାହୁଙ୍କ ସମେତ ସୌମ୍ୟରଞ୍ଜନ ସାହୁ ଓ ସଂଗ୍ରାମ ବାରିକଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସମ୍ପନ୍ନ ହୋଇଥିଲା। ଏଥିରେ ଅନୁଷ୍ଠାନର ସଦସ୍ୟ ଶିବ ସୁନ୍ଦର କର, ଅକ୍ଷୟ କୁମାର ଦେବତା, ଅଜୟ ସାମଲ, ପ୍ରଦ୍ୟୁମ୍ନ ସାହୁ, ଦିପୁଲି ସାହୁ, କାହ୍ନା ବେହେରା, ସଂଗ୍ରାମ ବାରିକ, ଚନ୍ଦ୍ରକାନ୍ତ ପ୍ରଧାନ, ଅଭି ସାହୁ, ସାଇ କ୍ରିଷ୍ଣା ସାହୁ, ଅମୂଲ୍ୟ ମାଝୀ, ଦୀପକ ଅଗ୍ରୱାଲ, ପ୍ରଦୀପ୍ତ ସାହୁ ଓ ମୋହନ ମୁନିଙ୍କ ସମେତ ନାତିଡ଼ି ଶିବ ସେନା ଏବଂ ନାଧରା ଗ୍ରାମବାସୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏହି ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଫାଉଣ୍ଡେସନର ପ୍ରତିଷ୍ଠାତା ସରୋଜ କୁମାର ସାହୁ କହିଥିଲେ, “ମହାଦେବଙ୍କ ଆଶୀର୍ବାଦରେ ଚଳିତ ବର୍ଷ ପଞ୍ଚମ ଥର ପାଇଁ ଏହି କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଛି। ଆଗାମୀ ଦିନରେ ମଧ୍ୟ ପ୍ରତିବର୍ଷ ଏଭଳି ସେବାମୂଳକ କାର୍ଯ୍ୟକ୍ରମ ଜାରି ରହିବ।”


0 Comments