ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ନିଟ୍ (NEET) ପରୀକ୍ଷାରେ ରିଦ୍ଧି ଜୈନଙ୍କ ସଫଳତା, ସିନ୍ଧେକେଲା ଜୈନ ସମାଜ ପାଇଁ ଗର୍ବର ବିଷୟ


ସିନ୍ଧେକେଲା (ଦିନେଶ ଜୈନ/କୋଶଳ ପ୍ରହରୀ)  ସିନ୍ଧେକେଲାର ପ୍ରତିଭାଶାଳୀ ଛାତ୍ରୀ ରିଦ୍ଧି ଜୈନ ଜାତୀୟ ସ୍ତରର ଚିକିତ୍ସା ପ୍ରବେଶିକା ପରୀକ୍ଷା ନିଟ୍ (NEET)–୨୦୨୬ରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସେ ପରୀକ୍ଷାରେ ୫୭୦ ଅଙ୍କ ପାଇ ନିଜ ପରିବାର ସହ ସିନ୍ଧେକେଲା ଜୈନ ସମାଜ ପାଇଁ ଗୌରବ ଆଣିଛନ୍ତି। ରିଦ୍ଧି ହେଉଛନ୍ତି ରାକେଶ ଜୈନ (ପପ୍ପୁ) ଓ ଶ୍ରୀମତୀ ଇତିଶ୍ମିତା ଜୈନଙ୍କ ସୁପୁତ୍ରୀ। ତାଙ୍କର ଏହି ସଫଳତା ପଛରେ କଠିନ ପରିଶ୍ରମ, ଦୃଢ଼ ସଙ୍କଳ୍ପ ଏବଂ ଅଭିଭାବକ ଓ ଶିକ୍ଷକମାନଙ୍କ ମାର୍ଗଦର୍ଶନ ରହିଛି। ରିଦ୍ଧିଙ୍କ ଏହି କୃତିତ୍ୱ ପାଇଁ ପରିବାର, ସମ୍ପର୍କୀୟ, ବନ୍ଧୁବର୍ଗ ଏବଂ ସ୍ଥାନୀୟ ବୁଦ୍ଧିଜୀବୀମାନେ ତାଙ୍କୁ ଅଭିନନ୍ଦନ ଜଣାଇ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଛନ୍ତି। ତାଙ୍କର ଏହି ସଫଳତା ସମାଜର ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ପ୍ରେରଣାର ଉତ୍ସ ହୋଇଛି।

Post a Comment

0 Comments