ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ରାଇସ ମିଲ ରେ ଜୁଆଖେଳ ମାଡିବସିଲା ପୋଲିସ


କଳାହାଣ୍ଡି - (ବିବେକାନନ୍ଦ ଦାଶ / କୋଶଳ ପ୍ରହରୀ) ରାଇସ ମିଲ ରେ ଜୁଆଖେଳ ଚାଲିଥିବା ବେଳେ ମ. ରାମପୁର ପୋଲିସ ଗୋଜାବାହାଲ ସ୍ଥିତ ଏକ ରାଇସ୍ ମିଲ୍ ଉପରେ ଚଢ଼ାଉ କରି ୫ ଜଣ ଜୁଆଡ଼ି ସୁନୀଲ କୁମାର କେଡିଆ, ଶଙ୍କର ଲାଲ ଅଗ୍ରୱାଲ, ବିନୋଦ ଜୈନ, ପ୍ରଦୀପ କୁମାର ସାହୁ ଓ ପ୍ରକାଶ ସାହୁ ଙ୍କୁ ଧରିଛି। ଜୁଆ ଖେଳୁଥିବା ବେଳେ ସେମାନଙ୍କ ନିକଟରୁ ୬୪୩୯୦ ନଗଦ ଟଙ୍କା ,୬ ଟା ମୋବାଇଲ ଫୋନ, ୭ପ୍ୟାକେଟ୍ ତାସ, ଓ ଏକ କାର ଜବତ କରାଯାଇଛି। ଏହି ଘଟଣାରେ ଏମ୍. ରାମପୁର ଥାନା କେସ୍ ନଂ-୧୭୦/୨୦୨୬ ଧାରା ୩ ଓପିଜି ସହ ୧୧୨(୨) ବିଏନ୍ଏସ ଅନୁଯାୟୀ ମାମଲା ରୁଜୁ ହୋଇଛି। ବର୍ତ୍ତମାନ୍ ମ. ରାମପୁର ପୋଲିସ ଆହୁରି ଅଧିକ ତଦନ୍ତ ଜାରି ରଖିଛି ।

Post a Comment

0 Comments