ବଙ୍ଗୋମୁଣ୍ଡା (କୋଶଲ ପ୍ରହରୀ): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଅଲଣ୍ଡା ଗ୍ରାମପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କିତ ଏକ ବୈଠକ ସମ୍ପନ୍ନ ହୋଇଛି। ବୈଠକରେ ଗ୍ରାମପଞ୍ଚାୟତ ଅଞ୍ଚଳର ଯୋଗ୍ୟ ହିତାଧିକାରୀଙ୍କ ନାମ ଉପରେ ଆଲୋଚନା କରାଯାଇଥିଲା। ବୈଠକ ପରେ ସରପଞ୍ଚ ନିବେଦିତା ବାଗଙ୍କ ସ୍ୱାକ୍ଷରିତ ଏକ ସୁପାରିସ ପତ୍ର ବିଡିଓଙ୍କ ଉଦ୍ଦେଶ୍ୟରେ ଜାରି କରାଯାଇଥିଲା। ପତ୍ରରେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି।ବୈଠକରେ ପଞ୍ଚାୟତର ଜନପ୍ରତିନିଧି ଓ ସମ୍ପୃକ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ସୁପାରିସ ଆଧାରରେ ବ୍ଲକ ପ୍ରଶାସନ ପରବର୍ତ୍ତୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି ଜଣାପଡ଼ିଛି।

0 Comments