ବରଗଡ଼ (କୋଶଳ ପ୍ରହରୀ) ଭଟଲିର ପୂର୍ବତନ ବିଧାୟକ ତଥା ବିଶିଷ୍ଟ ରାଜନେତା ସୁଶାନ୍ତ ସିଂହଙ୍କ ପରଲୋକ ଖବର ରାଜ୍ୟବ୍ୟାପୀ ଶୋକର ଛାୟା ସୃଷ୍ଟି କରିଛି। ତାଙ୍କ ଅକାଳ ବିୟୋଗରେ ରାଜନୈତିକ ମହଲ, ସମର୍ଥକ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି। ସୁଶାନ୍ତ ସିଂହ ଜଣେ ଜନପ୍ରିୟ ଜନପ୍ରତିନିଧି ଭାବେ ଦୀର୍ଘଦିନ ଧରି ଲୋକଙ୍କ ସେବାରେ ନିୟୋଜିତ ଥିଲେ। ତାଙ୍କର ଅକାଳ ବିୟୋଗ ଜନଜୀବନ ଏବଂ ଓଡ଼ିଶା ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବିଭିନ୍ନ ମହଳରୁ ମତ ପ୍ରକାଶ ପାଇଛି। ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ବିଭିନ୍ନ ବ୍ୟକ୍ତି ଓ ସଂଗଠନ ସମବେଦନା ଜଣାଇଛନ୍ତି।

0 Comments