ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ଚିତାମୁଣ୍ଡାରେ ଉପ-ମଣ୍ଡି ସ୍ଥାପନ ଦାବିରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର


ଧର୍ମଗଡ଼ (କୋଶଳ ପ୍ରହରୀ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଡାଳଗୁମା ଗ୍ରାମପଞ୍ଚାୟତର ଚିତାମୁଣ୍ଡା ଲଟାପଡ଼ା ଗ୍ରାମର ଚାଷୀମାନେ ଚିତାମୁଣ୍ଡା ଗ୍ରାମରେ ଏକ ନୂତନ ଉପ-ମଣ୍ଡି ସ୍ଥାପନ କରିବା ଦାବିରେ ଧର୍ମଗଡ଼ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ପ୍ରଦାନ କରିଛନ୍ତି। ଉଲ୍ଲେଖ ଥାଉ କି ଚିତାମୁଣ୍ଡା ଓ ଲଟାପଡ଼ା ଗ୍ରାମର ପ୍ରାୟ ୨୫୦ ଜଣ ଚାଷୀ ପ୍ରତିବର୍ଷ ପ୍ରାୟ ୧୫ ହଜାର କ୍ରିଣ୍ଟାଲ ଧାନ ବିକ୍ରୟ କରୁଛନ୍ତି । କିନ୍ତୁ ଡାଳଗୁମା ପଞ୍ଚାୟତରେ ଡହର୍ଗା ସମବାୟ ସମିତି ଅଧୀନ ଅଧୀନରେ କେବଳ ଗୋଟିଏ ଧାନମଣ୍ଡି ଥିବାରୁ ? ଚାଷୀମାନଙ୍କୁ ୬ରୁ ୭ କିଳେ କିଲୋମିଟର ଦୂରକୁ ଧାନ ପରିବହନ ବାକୁ ପଡ଼ୁଛି। ଏଥି ପାଇଁ ସମୟ କରିବାକୁ ও ପରିବହନ ଖର୍ଚ୍ଚ ବୃଦ୍ଧି ବୃଦ୍ଧି ପାଉଥିବା ପା ସହ ସହ ଚାଷୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଚାଷୀମାନଙ୍କ କହିବା ଅନୁଯାୟୀ, ବର୍ତ୍ତମାନର ଡାଳଗୁମା ଧାନମଣ୍ଡି ରାସ୍ତା ତଳିଆ ଏବଂ ଖାଲୁଆ ସ୍ଥାନରେ ଥିବାରୁ ଧାନ ସଂରକ୍ଷଣରେ ଅସୁବିଧା ହେଉଛି। ବର୍ଷା ସମୟରେ ଗଚ୍ଛିତ ଧାନ ଭିଜି ନଷ୍ଟ ହେବା ସହ ଗଜା ହୋଇଯାଉଥିବାରୁ ଚାଷୀମାନେ ଆର୍ଥକ କ୍ଷତି ସହୁଛନ୍ତି । ଏହାଛଡ଼ା ଗୋଟିଏ ମାତ୍ର ମଣ୍ଡି ଥିବାରୁ ଧାନ ବିକ୍ରୟ ସମୟରେ ଅବ୍ୟବସ୍ଥା ଓ ବିଶୃଙ୍ଖଳା ସୃଷ୍ଟି ହେଉଥିବା ศย ଅଭିଯୋଗ କରିଛନ୍ତି । ଚି ଚିତାମୁଣ୍ଡା ଓ ଲଟାପଡ଼ା ଗ୍ରାମର ଚାଷୀମାନେ ମିଳିତ ଭାବେ ଭାବେ ଚିତାମୁଣ୍ଡା ଗ୍ରାମରେ ଏକ ନୂତନ ଉପ-ମଣ୍ଡି ସ୍ଥାପନ ପାଇଁ ପାଇଁ ଦାବି କରିଥିବା ବେଳେ ଏଥିପାଇଁ ଚିତାମୁଣ୍ଡା ଗ୍ରାମର ଦୁଇଜଣ ଚାଷୀ ନିଜ ପୈତୃକ ଜମି ଜମି ଦାନ କରିବାକୁ ମଧ୍ଯ ଇଚ୍ଛା ପ୍ରକାଶ କରିଥିବାବେଳେ ଏହାର ନିକଟରେ ସରକାରୀ ଜମି ମଧ୍ଯ ଉପଲବ୍ଧ ଥ‌ିବା ଦାବିପତ୍ରରେ ଉଲ୍ଲେଖ ରହିଛି।ତେଣୁ ଉପଜିଲ୍ଲାପାଳ ଉକ୍ତ ଦାବିର ସହ ତଦନ୍ତ କରି ଚିତାମୁଣ୍ଡା ଗ୍ରାମରେ ଶୀଘ୍ର ଏକ ନୂତନ ଉପ-ମଣ୍ଡି ସ୍ଥାପନ କରି ବାକୁ ଚାଷୀମାନେ ଦାବି କରିଛନ୍ତି । ନୂତନ ମଣ୍ଡି ହେଲେ ଉଭୟ ଗ୍ରାମର ଶତାଧୂକ ଚାଷୀ ଉପକୃତ ହେବା ସହ ଧାନ ବିକ୍ରୟ ଓ ସଂରକ୍ଷଣ ସମ୍ବନ୍ଧୀୟ ଦୀର୍ଘଦିନର ସମସ୍ୟାର ସମାଧାନ ହେବ ବୋଲି କହିଥିଲେ। ଦାବିପତ୍ର ପ୍ରଦାନ ସମୟରେ କମ୍ବୁ ସିଂ ପୁଞ୍ଜି, ପୁରନ୍ଧର ଘି, ଭୁବନେଶ୍ବର ହଂସ, ଲଳିତ ରଉତି, ରନ୍ ମୁଦି ପୁଞ୍ଜି, ଯୁବରାଜ ରଉତି, ଶ୍ରୀକର ଘି, ଜଗଜୀବନ ପୋଡ଼, ଧର୍ମୁ ହଂସ, ଭୂଧର ନାଗ, ମକରଧ୍ଵ ଜ ଭାଟି, ହିମାଞ୍ଚଳ ରାଉତି, ଛବିଲାଲ ଭାଟି, ଧନେଶ୍ଵର ନିଆଲ, କୃଷ୍ଣ ପୁଞ୍ଜି, ଡିଙ୍ଗରଲାଲ ଭାଟି, ତୋରାମ ପୋଡ଼, କ୍ଷିତୀରାମ ଘି, ତୈଳଙ୍କର ରଉତି ସମେତ ଅନେକ ଚାଷୀ ଉପସ୍ଥିତ ଥିଲେ ।

Post a Comment

0 Comments