ବଲାଙ୍ଗୀର (କୋଶଳ ପ୍ରହରୀ) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଜରୁରୀକାଳୀନ ଭିତ୍ତିରେ ଏକ ଦୀର୍ଘସ୍ଥାୟୀ ବୃକ୍କ ରୋଗରେ ପୀଡିତ ମହିଳାଙ୍କୁ ରକ୍ତ ଆବଶ୍ୟକ ଥିବା ବେଳେ ଟିଟିଲାଗଡ଼ ଉପଖଣ୍ଡ କ୍ଲଷ୍ଟର ୧୦୮ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ମାୟାଧର ସାହୁ ମହାନତା ଦେଖେଇ ରକ୍ତଦାନ କରିଛନ୍ତି । ତାଙ୍କର ଏତାଦୃଶ୍ୟ କାର୍ଯ୍ୟ ଜନମାନସରେ ଅଦୃତ ହେଉଛି । ରକ୍ତଦାନ ପରି ମହତ ଦାନ ଉପରେ ସେ ଓ ତାଙ୍କ ସାଙ୍ଗ ମନୋଜ ପୁଟେଲ ସର୍ବଦା ରକ୍ତ ଯୋଗାଡ଼ ପାଇଁ ସ୍ଥାନୀୟ ଅଞ୍ଚଳରେ ଲାଗି ପଡନ୍ତି । ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନା କିମ୍ବା ଆଖ ପାଖ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ରକ୍ତ ଆବଶ୍ୟକ ହେଲେ ଦେବଦୁତ ପରି ଉଭୟ ଠିଆ ହୁଅନ୍ତି । ଏହା ସହିତ ସେ ସ୍ବେଛାସେବୀ ଅନୁଷ୍ଠାନ ଏଟିଏଚ ରକ୍ସ ପରିବାର, ଓଡ଼ିଶାର ଟିଟିଲାଗଡ଼ ପ୍ରତିନିଧି ରୂପେ ମଧ୍ୟ ଜନସେବା କାର୍ଯ୍ୟ କରୁଛନ୍ତି ।
0 Comments