ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

କେସିଙ୍ଗା ରୁ ଟିଟିଲାଗଡ ରାସ୍ତା ଖରାପ ପାଇଁ ବିଭାଗ ନାମରେ ଥାନାରେ ଲିଖିତ ଅଭିଯୋଗ

କେସିଙ୍ଗା ସାମ୍ବାଦିକ ମହାସଂଘ ରାସ୍ତା ତିଆରି ଦାବି ନେଇ ଭିଡ଼ିଲା ଅଣ୍ଟା 


କଳାହାଣ୍ଡି -(ବିବେକାନନ୍ଦ ଦାଶ / କୋଶଳ ପ୍ରହରୀ )କେସିଙ୍ଗା ଜଗନ୍ନାଥ ମନ୍ଦିର ଛକ ରୁ ଟିଟଲାଗଡ କୁ ଯାଉଥିବା ରାସ୍ତା ଟ୍ରାଫିକ ଛକରୁ ପ୍ରାୟ ୫ ରୁ ୭ ଶହ ମିଟର ପରେ କେସିଙ୍ଗା ଶେଲଫି ପଏଣ୍ଟ ଆହୁରି ପ୍ରାୟ ୧ କିମି ରାସ୍ତା ର ଅବସ୍ଥା ଏତେ ବିପର୍ଯ୍ୟସ୍ତ ହୋଇ ଯାଇଛି ତାହା ନ କହିବା ଭଲ।ବାରମମ୍ବାର ଅଞ୍ଚଳର ଗଣମାଧ୍ୟମରେ ଉକ୍ତ ବିପର୍ଯ୍ୟସ୍ତ ରାସ୍ତା ଉପରେ ଖବର ପ୍ରସାରଣ ପରେ ବିଭାଗ କର୍ଣ୍ଣପାତ ନ କରିବାରୁ କେସିଙ୍ଗା ର ପ୍ରତିଷ୍ଠିତ ସାମ୍ବାଦିକ ସଂଘ କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ସୋମବାର ଦିନ ମହା ସଂଘ ର ସଭାପତି ଦୟା ସୁନାନୀ ଓ ପୂର୍ବତନ ସଭାପତି ସୁଶାନ୍ତ ମହାପାତ୍ର ଓ ସଂଘ ସମ୍ପାଦକ ପ୍ରୀତେସ ପଟେଲ ଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ଉକ୍ତ ରାସ୍ତାରେ ଗମନା ଗମନ କରୁଥିବା ଜନସାଧାରଣ ଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ଉକ୍ତ ରାସ୍ତା ର ଦାଇତ୍ୱରେ ଥିବା କଳାହାଣ୍ଡି ପି ଡବ୍ଲୁ ଡି ର ଅଧିକ୍ଷଣ ଯନ୍ତ୍ରୀ ଓ ବଲାଙ୍ଗୀର ଜିଲ୍ଲାର ଟିଟଲାଗଡ ପିଡବ୍ଲୁଡି ଅଧିକ୍ଷଣ ଯନ୍ତ୍ରୀ ଙ୍କ ଅସହଯୋଗ ଓ ନିରବତା ପାଇଁ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରି ଦାଇତ୍ୱରେ ଥିବା ଅଧିକାରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଛି।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ମନୋଜ ସିଂ, ବିବେକାନନ୍ଦ ଦାଶ ,ମହମ୍ମଦ ଆଗାଯାନ , ସଂଗ୍ରାମ କେଶରୀ ଦେଓ,ଶିବପ୍ରସାଦ ସାହୁ, ତେଜରାଜ୍ ସାହୁ ଏବଂ ମଧୁସୂଦନ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।

E-paper 

Post a Comment

0 Comments