ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ
ଖବର ସେୟାର କରନ୍ତୁ

କଣ୍ଟାବାଞ୍ଜି ସହରର ମୁଖ୍ୟ ରାସ୍ତା ଓ ଜନବସତି ନିକଟରୁ ମଦ ଦୋକାନ ହଟାଇବାକୁ ଦାବି


କଣ୍ଟାବାଞ୍ଜି, ୦୯/୧୧ (କୋଶଳ ପ୍ରହରୀ) : କଣ୍ଟାବାଞ୍ଜି ସହରର ମୁଖ୍ୟ ରାସ୍ତା ଏବଂ ଜନବସତି ନିକଟରେ ରହିଥିବା ମଦ ଦୋକାନଗୁଡ଼ିକୁ ବନ୍ଦ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି ଉଠିଛି। ଏନେଇ ସାଇ ଭାଇ ସୋସିଆଲ ୱାର୍କର ସଂଗଠନ ପକ୍ଷରୁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଦାବିପତ୍ର ପ୍ରଦାନ କରାଯାଇଛି। ସଂଗଠନର ଅଭିଯୋଗ ଅନୁଯାୟୀ, ସହରର ମୁଖ୍ୟ ରାସ୍ତା ଓ ଜନବସତି ନିକଟରେ ମଦ ଦୋକାନ ରହିଥିବାରୁ ସାଧାରଣ ଲୋକେ ବିଭିନ୍ନ ଅସୁବିଧା ଓ ନକାରାତ୍ମକ ପ୍ରଭାବର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ମହିଳା, ଛାତ୍ରଛାତ୍ରୀ, ବୃଦ୍ଧବୃଦ୍ଧା ଏବଂ ସାଧାରଣ ଲୋକଙ୍କ ଯାତାୟାତ ଓ ସାମାଜିକ ପରିବେଶ ଉପରେ ଏହାର ପ୍ରଭାବ ପଡ଼ୁଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ମଦ୍ୟପାନ ଯୋଗୁଁ ପାରିବାରିକ ଅଶାନ୍ତି, ଆର୍ଥିକ ସମସ୍ୟା, ସାମାଜିକ ବିଶୃଙ୍ଖଳା ଓ ଅନ୍ୟାନ୍ୟ ଅସୁବିଧା ବଢ଼ୁଥିବା ନେଇ ମଧ୍ୟ ସଂଗଠନ ଉଦ୍‌ବେଗ ପ୍ରକାଶ କରିଛି। ଏହି ସମସ୍ୟାର ସମାଧାନ ପାଇଁ ମଦ ଦୋକାନଗୁଡ଼ିକୁ ଜନବସତି ଓ ମୁଖ୍ୟ ରାସ୍ତାଠାରୁ ଦୂରରେ ସ୍ଥାନାନ୍ତର କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି। ଏଥିସହ ମଦ ଦୋକାନଗୁଡ଼ିକର ଅବସ୍ଥିତି ଓ ପରିବେଶର ଯାଞ୍ଚ କରିବା, ମହିଳା ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବା ଏବଂ ଜନସାଧାରଣଙ୍କ ସ୍ୱାର୍ଥରେ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ସାଇ ଭାଇ ସୋସିଆଲ ୱାର୍କର ପକ୍ଷରୁ ଜିଲ୍ଲା ପ୍ରଶାସନକୁ ନିବେଦନ କରାଯାଇଛି। ସଂଗଠନର ସଭାପତି ରାଜେନ୍ଦ୍ର ଦୀପ ଓ ସାଧାରଣ ସମ୍ପାଦକ ଉପେନ୍ଦ୍ର ଦୀପ ଏହି ଦାବିପତ୍ରରେ ସ୍ୱାକ୍ଷର କରିଛନ୍ତି।

Post a Comment

0 Comments