ଟିଟିଲାଗଡ଼ (କୋଶଳ ପ୍ରହରୀ) ଟିଟିଲାଗଡ଼ ସହରର ସାମଗ୍ରିକ ବିକାଶ ଓ ସୌନ୍ଦର୍ଯ୍ୟକରଣ ଦିଗରେ ଯୋଡ଼ି ହୋଇଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ମାନ୍ୟବର ଟିଟିଲାଗଡ଼ ପୌରାଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ ଏବଂ ଟିଟିଲାଗଡ଼ ବିଧାୟକ ଶ୍ରୀ ନବୀନ କୁମାର ଜୈନଙ୍କ ନିରନ୍ତର ପ୍ରଚେଷ୍ଟା ଓ ଉଦ୍ୟମ ଫଳରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅନ୍ତର୍ଗତ ଟିଟିଲାଗଡ଼ ସହରର ତିନୋଟି ପ୍ରମୁଖ ପ୍ରକଳ୍ପ ପାଇଁ ମୋଟ ୭ କୋଟି ୩୦ ଲକ୍ଷ ଟଙ୍କାର ଅତିରିକ୍ତ ଅନୁଦାନ ମଞ୍ଜୁର ହୋଇଛି। ପୌରାଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ ଓ ବିଧାୟକ ଶ୍ରୀ ନବୀନ କୁମାର ଜୈନଙ୍କ ପ୍ରଚେଷ୍ଟାକୁ ସଫଳତା – ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ମିଳିଲା ୭ କୋଟି ୩୦ ଲକ୍ଷ ଟଙ୍କାର ଅନୁଦାନ। ଏହି ଅନୁଦାନ ମଧ୍ୟରେ ସହରରେ ପ୍ରଥମ ଥର ପାଇଁ ଏକ ଆଧୁନିକ ଥିଏଟର ଅଥବା ମଲ୍ଟି ମାର୍କେଟ୍ କମ୍ପ୍ଲେକ୍ସ କମ୍ ଥିଏଟର ନିର୍ମାଣର ପରିକଳ୍ପନା ରହିଛି।
ଏହା ସହରବାସୀଙ୍କୁ ମନୋରଞ୍ଜନ ସହିତ ବ୍ୟବସାୟିକ ସୁଯୋଗ ମଧ୍ୟ ପ୍ରଦାନ କରିବ। ସେହିପରି ମହାରାଜା ସାଗରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ୧ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ଏହାର ପୂର୍ବ ପାର୍ଶ୍ୱରେ ଏକ ଆକର୍ଷଣୀୟ ଫୁଡ୍ କୋର୍ଟ ନିର୍ମାଣ କରାଯିବ। ସମ୍ବଲପୁରର ମା' ସମଲେଇ ମନ୍ଦିର କରିଡରରେ ନିର୍ମିତ ଫୁଡ୍ କୋର୍ଟର ଢାଞ୍ଚାରେ ଏହାର ଡିଜାଇନ୍ ପ୍ରସ୍ତୁତ ହେବ। ଏହାର ଛାତରେ ପତ୍ର ଆକୃତିର (Leaf Design) ସ୍ଥାପତ୍ୟ ଶୈଳୀ ରହିବ, ଯାହା ମହାରାଜା ସାଗରର ସୌନ୍ଦର୍ଯ୍ୟକୁ ଆହୁରି ମନୋରମ କରିବ। ଏହି ତିନୋଟି ପ୍ରକଳ୍ପ ପାଇଁ ମୋଟ ୭ କୋଟି ୩୦ ଲକ୍ଷ ଟଙ୍କାର ଅନୁଦାନ ଟିଟିଲାଗଡ଼ର ଭିତ୍ତିଭୂମି ବିକାଶ, ସହରର ଆଧୁନିକୀକରଣ ଓ ନାଗରିକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଟିଟିଲାଗଡ଼ର ବିକାଶ ଯାତ୍ରାରେ ୭ କୋଟି ୩୦ ଲକ୍ଷ ଟଙ୍କାର ଏହି ଅନୁଦାନ ନିଶ୍ଚିତ ଭାବେ ଏକ ନୂତନ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।



0 Comments