ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ
ଖବର ସେୟାର କରନ୍ତୁ

ଶିଶୁ ଶ୍ରମମୁକ୍ତ ସମାଜ ଗଠନ ଲକ୍ଷ୍ୟ ରେ ସଚେତନତା କାର୍ଯ୍ୟକ୍ରମ


ବୀରମହାରାଜପୁର (କୋଶଳ ପ୍ରହରୀ) ବୀର ମହାରାଜପୁର ବ୍ଲକ କେନଝିରିଆପାଲି ଗ୍ରାମ ପଂଚାୟତ ସ୍ତରରେ ଶିଶୁ ଶ୍ରମ ମୁକ୍ତ ସମାଜ ଗଠନ ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ଦିନ କେନଝିରିଆପାଲି ସୁଭଦ୍ରା ଶକ୍ତି କାର୍ଯାଲୟ ରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକରେ ପଞ୍ଚାୟତ ସ୍ତରୀୟ ସଙ୍ଘ ର ସଭାନେତ୍ରୀ ଅଞ୍ଜଳି କର୍ଣ୍ଣ ସମ୍ପାଦିକା କୌଶଲ୍ୟା ଆଡ଼ଜୁଆଳି ଏମ ବି କେ ଗୀତାଞ୍ଜଳି ଜେନା ସମସ୍ତ ଇସି ସଭ୍ୟା ସମସ୍ତ ସି ଆର ପି. ସି ଏମ. ସମେତ ପଂଚାୟତ ର ବିଭିନ୍ନ ଗ୍ରାମ ର ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟl ମା ମାନେ ଉପସ୍ଥିତ ଥିଲେ।ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବିପିସି ଶାନ୍ତନୁ ମେହେର. ବିପିଏ ଅମିତ ଡାଙ୍ଗ ଯୋଗ ଦେଇ କେନଝିରିଆପାଲି ଗ୍ରାମ ପଂଚାୟତ ର ପ୍ରତ୍ୟେକ ଗ୍ରାମ ର ଶିଶୁ ମାନଙ୍କ ମୌଳିକ ଅଧିକାର ପ୍ରତ୍ୟେକ ଶିଶୁ ର ଶିକ୍ଷା ର ସୁଯୋଗ ପ୍ରଦାନ କରିବା ସହିତ ସେମାନଙ୍କର ସୁରକ୍ଷିତ ଉଜ୍ଜଳ ଭବିଷ୍ୟତ ଗଠନ ଦିଗରେ ସମାଜରେ ସମସ୍ତ ଙ୍କ ଭୂମିକା. ଏବଂ ଯେଉଁ ଶିଶୁ ମାନେ ବିଦ୍ୟାଳୟ କୁ ନ ଯାଇ ଘରେ ବୁଲାବୁଲି କରୁଛନ୍ତି ସେଇ ଶିଶୁ ମାନଂକୁ ତାଙ୍କ ଅଭିଭାବକ ମାନଙ୍କୁ ବୁଝାଇ ସ୍କୁଲ କୁ ପଠାଇବାପାଇଁ ସମସ୍ତ ଙ୍କୁ ବୁଝାଇଥିଲେ ଶେଷରେ ଗୀତାଞ୍ଜଳି ଜେନା ଧନ୍ୟବାଦ ପ୍ରଦାନ କରିଥିଲେ।

Post a Comment

0 Comments