ତିନି ଦିନ ଧରି ଚାଲିବ ପୂଜା ମହୋତ୍ସବ, ମା'ଙ୍କ ଆରାଧନାରେ ଭକ୍ତିମୟ ହେଲା ପରିବେଶ
ତୁରେକେଲା (କୋଶଳ ପ୍ରହରୀ) ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଉତ୍ସାହର ମାହୋଲ ମଧ୍ୟରେ ଖଗସା ଗ୍ରାମରେ ଆରମ୍ଭ ହୋଇଯାଇଛି ୨୭ତମ ମା' ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ପୂଜା ମହୋତ୍ସବ। ଏହି ପୂଜା ତିନି ଦିନ ଧରି ଚାଲିବ। ମା' ଗଜଲକ୍ଷ୍ମୀଙ୍କ ଆଗମନକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ବେଶ୍ ଆନନ୍ଦ ଓ ଉତ୍ସାହ ପ୍ରକାଶ ପାଇଛି। ପୂଜା ଅବସରରେ ମଣ୍ଡପକୁ ଆକର୍ଷଣୀୟ ଭାବରେ ସଜ୍ଜିତ କରାଯାଇଛି। ବିଭିନ୍ନ ରଙ୍ଗର ଫୁଲମାଳ ଓ ସୁନ୍ଦର ସାଜସଜ୍ଜାରେ ପୂଜା ମଣ୍ଡପର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଛି। ମଣ୍ଡପରେ ବିରାଜମାନ ମା' ଗଜଲକ୍ଷ୍ମୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କ ସମାଗମ ହେଉଛି। ଭକ୍ତମାନେ ମା'ଙ୍କ ନିକଟରେ ପୂଜାର୍ଚ୍ଚନା କରି ପରିବାରର ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରୁଛନ୍ତି। ମା' ଗଜଲକ୍ଷ୍ମୀ ଧନ, ଐଶ୍ୱର୍ଯ୍ୟ, ସୌଭାଗ୍ୟ ଓ ସମୃଦ୍ଧିର ପ୍ରତୀକ। ତେଣୁ ଏହି ପୂଜା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଗ୍ରାମର ଏକତା, ଭାଇଚାରା ଓ ସାଂସ୍କୃତିକ ପରମ୍ପରାର ଏକ ଅନନ୍ୟ ପରିଚୟ। ଦୀର୍ଘ ୨୭ ବର୍ଷ ଧରି ପାଳିତ ହୋଇଆସୁଥିବା ଏହି ପୂଜା ଗ୍ରାମବାସୀଙ୍କ ଧାର୍ମିକ ଆସ୍ଥା ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିଛି।
ଏହି ପୂଜା ମହୋତ୍ସବକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ସଭାପତି ପରମାନନ୍ଦ ପୁଟେଲଙ୍କ ନେତୃତ୍ୱରେ ପୂଜା କମିଟିର ସଦସ୍ୟମାନେ ଉଦ୍ୟମ ଜାରି ରଖିଛନ୍ତି। କମିଟିର ସଦସ୍ୟ ପ୍ରତୀକ କୁମାର ଦାସ, ଡିଙ୍ଗର ଭୋଇ, ବେଣୁ କୁଅଁର, ନରହରି ବାଗ, ମହାଦେବ, ସୁନୀଲ, ବିଜୟ, ତ୍ରିନାଥ, ନଳ, ସାଧୁରାମ, କେସ୍ପିନ, ରୋହିତ, ଗୋପ, ଦୁର୍ଣ୍ଣ, ଦିଲ୍ଲୀପ, ଦେବାରସିଂଗ, ରାଜ,ରାଜେଶ, ବାବୁଲାଲ, ନବୀନ, ସୁଭିଲ, ଅଭି, ଶଶିବନ୍ତ,ତୁଲତୁଳାରାମ, ସତ୍ୟ ଓ ଓକିଲଙ୍କ ସମେତ ଅନ୍ୟ ସଦସ୍ୟମାନେ ପୂଜାର ଆୟୋଜନରେ ସହଯୋଗ କରୁଛନ୍ତି। ତିନି ଦିନ ଧରି ଚାଲିବାକୁ ଥିବା ଏହି ପୂଜା ମହୋତ୍ସବକୁ ନେଇ ଖଗସା ଗ୍ରାମରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ମା' ଗଜଲକ୍ଷ୍ମୀଙ୍କ ଆଶୀର୍ବାଦରୁ ସମଗ୍ର ଗ୍ରାମରେ ସୁଖ, ଶାନ୍ତି, ସମୃଦ୍ଧି ଓ ଭାଇଚାରା ବଜାୟ ରହୁ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି।

0 Comments