ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ହସ୍ପିଟାଲରୁ ବାଇକ୍‌ରେ ଗଲା ମୃତଦେହ, ଭାଇରାଲ ହେଲା ଭିଡିଓ


କଣ୍ଟାବାଞ୍ଜି, (କୋଶଳ ପ୍ରହରୀ): କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ବାଇକ୍‌ରେ ମୃତଦେହ ନେଇଯିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଖଇରପଦର ଗାଁର ୧୨ ବର୍ଷୀୟା ସୂର୍ଯ୍ୟକାନ୍ତି ଛୁରାଙ୍କ ମୃତ୍ୟୁ ପରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଝାଡ଼ାବାନ୍ତି ହେବାରୁ ସୂର୍ଯ୍ୟକାନ୍ତିଙ୍କୁ ରବିବାର କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୋମବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ପରିବାର ଲୋକେ ମୃତଦେହକୁ ଗାଁକୁ ନେବା ପାଇଁ ବାଇକ୍‌ର ସହାୟତା ନେଇଥିଲେ। ବାଇକ୍‌ରେ ମୃତଦେହ ନେଇଯାଉଥିବା ସମୟର ଦୃଶ୍ୟ କେହି ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ପରେ ଏହା ଭାଇରାଲ ହୋଇଥିଲା। ଘଟଣା ସମ୍ପର୍କରେ ପରିବାର ଲୋକଙ୍କ କହିବାନୁସାରେ, ମୃତଦେହ ନେବା ପାଇଁ ସେମାନେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଶବବାହକ ଗାଡ଼ି ଯୋଗାଇବାକୁ ଅନୁରୋଧ କରିନଥିଲେ। ନିଜସ୍ୱ ବ୍ୟବସ୍ଥାରେ ସେମାନେ ମୃତଦେହକୁ ବାଇକ୍‌ରେ ନେଇଯାଇଥିବା କହିଛନ୍ତି। ତେବେ ଏହି ଘଟଣା ହସ୍ପିଟାଲରେ ମୃତଦେହ ପରିବହନ ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି। ଗରିବ ପରିବାରର ଜଣେ ମୃତକଙ୍କ ମୃତଦେହ ଏଭଳି ଭାବେ ବାଇକ୍‌ରେ ନେବା ଦୃଶ୍ୟକୁ ନେଇ ସାଧାରଣରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ଘଟଣାର ପ୍ରକୃତ କାରଣ ଓ ହସ୍ପିଟାଲ ପକ୍ଷରୁ ଉପଲବ୍ଧ ଥିବା ମୃତଦେହ ପରିବହନ ବ୍ୟବସ୍ଥା ନେଇ ସ୍ପଷ୍ଟତା ଆବଶ୍ୟକ ହୋଇପଡ଼ିଛି।

Post a Comment

0 Comments