କଳାହାଣ୍ଡି (କୋଶଳ ପ୍ରହରୀ) ଦୃଢ଼ ମନୋବଳ, ଅଦମ୍ୟ ସାହସ ଓ ନିଷ୍ଠାପର ଉଦ୍ୟମର ଉଦାହରଣ ସୃଷ୍ଟି କରିଛନ୍ତି ଶୋଭା ସାହୁ। ସମୁଦ୍ର ପତ୍ତନଠାରୁ ୬୧୧୧ ମିଟର ଉଚ୍ଚ ମାଉଣ୍ଟ ୟୁନାମ (Mount Yunam) ଶିଖରରେ ପହଞ୍ଚି ସେ ଗର୍ବର ସହ ଭାରତର ଜାତୀୟ ପତାକା ତ୍ରିରଙ୍ଗା ଉଡ଼ାଇଛନ୍ତି। ସ୍ୱାଧୀନତା ଦିବସ ଅବସରରେ ଏହି ସଫଳତା ହାସଲ କରି ଶୋଭା ସାହୁ ଦେଶପ୍ରେମର ଏକ ଅନନ୍ୟ ନଜିର ସୃଷ୍ଟି କରିଛନ୍ତି। ବରଫାଚ୍ଛାଦିତ ପାହାଡ଼, ଦୁର୍ଗମ ରାସ୍ତା ଓ ପ୍ରତିକୂଳ ପାଣିପାଗକୁ ସାମ୍ନା କରି ସେ ମାଉଣ୍ଟ ୟୁନାମ ଶିଖରରେ ପହଞ୍ଚି ତ୍ରିରଙ୍ଗା ଉଡ଼ାଇଛନ୍ତି। ତାଙ୍କ ଏହି ସଫଳତା ପଛରେ ରହିଛି କଠିନ ପରିଶ୍ରମ, ଶୃଙ୍ଖଳା, ଆତ୍ମବିଶ୍ୱାସ ଓ ଲକ୍ଷ୍ୟ ପ୍ରତି ଅଟୁଟ ସଙ୍କଳ୍ପ। ଶୋଭାଙ୍କ ଏହି ସଫଳତା ବିଶେଷକରି ଯୁବପିଢ଼ି ଓ ଦୁଃସାହସିକ କ୍ରୀଡ଼ା ପ୍ରତି ଆଗ୍ରହୀମାନଙ୍କ ପାଇଁ ପ୍ରେରଣା ପାଲଟିଛି। ୬୧୧୧ ମିଟର ଉଚ୍ଚ ମାଉଣ୍ଟ ୟୁନାମ ଶିଖରରେ ତ୍ରିରଙ୍ଗା ଉଡ଼ାଇ ଶୋଭା ସାହୁ ନିଜ ଅଞ୍ଚଳ ସହ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ତାଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି।

0 Comments