ସୁସ୍ଥ ତ୍ୱଚା, କେଶ ମୂଲ୍ୟବୋଧ ବୁଝାଇଲେ - ଡ଼ା ସୁରୁଭି
କଣ୍ଟାବାଞ୍ଜି (କୋଶଳ ପ୍ରହରୀ) ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମିତି ଏବଂ ସୃଜନ ଶାଖା, କଣ୍ଟାବାଞ୍ଜି ପକ୍ଷରୁ ସମାଜ ହିତରେ ଏକ ନିଃଶୁଳ୍କ ସ୍କିନ୍ କେୟାର କ୍ୟାମ୍ପ ସ୍ଥାନୀୟ ହରିଭାବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କ୍ୟାମ୍ପରେ ମୁଖ୍ୟ ଅତିଥି ଭାବେ ବିଜେପି ଜିଲ୍ଲା ସମ୍ପାଦକ ପୁରନ୍ଦର ବାଗ ଯୋଗ ଦେଇଥିବା ବେଳେ ଅଗ୍ରୱାଲ ସଭା ଟ୍ରଷ୍ଟ ଅଧ୍ୟକ୍ଷ ଅଶୋକ ଛାପଡିୟା ,ସଚିବ ଲଳିତ ଅଗ୍ରୱାଲ, ସାମ୍ବାଦିକ ସଙ୍ଘ ସଭାପତି ମୋହନ ସୋନି , ଡ଼ଃ ଶ୍ୱେତା ସାହୁ ସମ୍ମାନିତ ଅତିଥି ଭାଭେ ପ୍ରମୁଖ ମଞ୍ଚସିନ ଥିଲେ । ସକାଳ ୯ଟାରୁ ଆରମ୍ଭ ହୋଇଥିବା ଏହି ଶିବିରରେ ପ୍ରସିଦ୍ଧ ଚର୍ମ ଓ କେଶ ରୋଗ ବିଶେଷଜ୍ଞ ଡ଼ା. ସୁରଭି ଖଣ୍ଡେଲୱାଲ (BAMS, PGDCC) ଉପସ୍ଥିତ ରହି ଚର୍ମ ଏବଂ କେଶ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଉପରେ ନିଃଶୁଳ୍କ ପରାମର୍ଶ ଓ ମାର୍ଗଦର୍ଶନ ପ୍ରଦାନ କରିବେ। ମୁହଁର ବ୍ରଣ, ଦାଗ, ପିଗମେଣ୍ଟେସନ୍, ଆଲର୍ଜି, କେଶ ଝଡ଼ିବା ସହ ବିଭିନ୍ନ ଚର୍ମ ଓ କେଶ ସମସ୍ୟାର ଯାଞ୍ଚ ସହ ସଠିକ୍ ଯତ୍ନ ସମ୍ପର୍କରେ ସଚେତନ କରାଯିବ। ପୋଷ୍ଟରରେ ଉଲ୍ଲେଖିତ କ୍ୟାମ୍ପର ଉଦ୍ଦେଶ୍ୟ ହେଉଛି "ସୁସ୍ଥ ତ୍ୱଚା, ସୁସ୍ଥ କେଶ, ସୁସ୍ଥ ଜୀବନ"। କାର୍ଯ୍ୟକ୍ରମରେ ସହରର ନୂତନ ଦନ୍ତ ଚିକିତ୍ସା ଡାକ୍ତର ପ୍ରିୟା ସୋନି କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପାଇଁ ମୁଖ୍ୟ ଅତିଥି ମହିଳା ଓ ୟୁବକ୍ତିଙ୍କ ବେଶ ପ୍ରଶଂସା କରିବା ସହ ଜନ୍ମମାଟିରେ ନିଜର ଯୋଗଦାନ ପାଇଁ ଡ଼ଃ ସୁରଭିକୁ ଧନ୍ୟବାଦ ଯାଇଥିଲେ । ମାରୱାଡ଼ି ମହିଳା ସମିତିର ସଭାପତି ପୂନମ ଖଣ୍ଡେଲୱାଲ, ସମ୍ପାଦିକା ଅନୀତା ଡାଲମିଆ, କୋଷାଧ୍ୟକ୍ଷ ସଙ୍ଗୀତା ଝଞ୍ଜରୱାଲିଆ, ପୂଜା ଅଗ୍ରୱାଲ, ସନ୍ତୋଶି ଜୈନ ଏବଂ ସୃଜନ ଶାଖାର ଅଧ୍ୟକ୍ଷା ନେହା ଅଗ୍ରୱାଲ ସହ ଅନ୍ୟ ସଦସ୍ୟା ମାନେ ସହଯୋଗ କରିଥିବା ବେଳେ କଣ୍ଟାବାଞ୍ଜି ସହ ଆଖ ପାଖ ଅଞ୍ଚଳରୁ ୧୦୦ରୁ ଉର୍ଦ୍ଧ୍ବ ମହିଳା , ପୁରୁଷ ସହ ୟୁବକ୍ତି ମାନେ ଚିକିତ୍ସିତ ହୋଇଥିଲେ ।

0 Comments