ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

୧୫ ଦିନ ଧରି ଶୁଖିଲା ଟ୍ୟାପ୍, ନାଳ ପାଣିରେ ଚାଲିଛି ଜୀବନ


ଧର୍ମଗଡ଼, (କୋଶଳ ପ୍ରହରୀ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ତେଣ୍ଡାପାଳି ପଞ୍ଚାୟତ ଅନ୍ତର୍ଗତ ଛତାଗୋହିରା ଗ୍ରାମରେ ପାନୀୟଜଳ ସମସ୍ୟା ଉତ୍କଟ ହୋଇପଡ଼ିଛି। ବସୁଧା ପାନୀୟଜଳ ଯୋଜନା ଅଧୀନରେ ଘରେ ଘରେ ପାଇପ୍ ଓ ଟ୍ୟାପ୍ ସଂଯୋଗ ରହିଥିଲେ ମଧ୍ୟ ଗତ ୧୫ ଦିନ ଧରି ପାଣି ଯୋଗାଣ ବନ୍ଦ ରହିଛି। ଏଥିଯୋଗୁଁ ଗ୍ରାମବାସୀ ନାଳ ଓ ଚୂଆର ପାଣି ଉପରେ ନିର୍ଭର କରି ଦୈନନ୍ଦିନ କାମ ଚଳାଉଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସମସ୍ୟା ନେଇ ବାରମ୍ବାର ପଞ୍ଚାୟତ ଓ ବ୍ଲକ ପ୍ରଶାସନଙ୍କୁ ଜଣାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନାହିଁ। ବର୍ଷା ଦିନରେ ନାଳର ଅପରିଷ୍କାର ପାଣି ବ୍ୟବହାର କରିବାକୁ ପଡ଼ୁଥିବାରୁ ଜଳବାହିତ ରୋଗ ବ୍ୟାପିବା ଆଶଙ୍କା ଦେଖାଦେଇଛି। ଏନେଇ ସରପଞ୍ଚଙ୍କୁ ପଚାରିବାରୁ ସେ କହିଛନ୍ତି, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାଣି ଯୋଗାଣ ବନ୍ଦ ରହିଛି। ଖୁବ୍‌ଶୀଘ୍ର ମରାମତି କାମ ଶେଷ କରାଯାଇ ପୁନର୍ବାର ବସୁଧା ଯୋଜନା ମାଧ୍ୟମରେ ନିୟମିତ ପାନୀୟଜଳ ଯୋଗାଣ ସ୍ୱାଭାବିକ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Post a Comment

0 Comments