ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ବଜ୍ରାଘାତରେ ଚାଷୀ ମୃତ, ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର


ନୁଆପଡ଼ା (କୋଶଳ ପ୍ରହରୀ) ନୂଆପଡ଼ା ଜିଲ୍ଲା କୋମନା ଥାନା ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ତୁକୁଲାପଡ଼ା ଗାଁରେ ଆଜି ଦିବା ୧୧ ଘଣ୍ଟା ସମୟରେ ବଜ୍ରାଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ତୁକୁଲାପଡ଼ା ଗାଁର ବରୁଣ ବାଗ ଆଜି ମଜୁରିଆ ମାନଙ୍କ ସହ ଜମିରେ ଧାନ ତଳି ଲଗାଉ ଥିଲେ   ହଠାତ୍ ବଜ୍ରାଘାତ ହେବାରୁ ବରୁଣ ଜମିରେ ଟଳି ପଡ଼ିଲେ । ତାଙ୍କୁ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୋମନା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ ଓ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର ହୋଇଅଛି।
E-PAPER


Post a Comment

0 Comments