ମାନବତା ଏବେ ବି ବଞ୍ଚିଛି ବୋଲି ପୁଣି ଥରେ ପ୍ରମାଣିତ ହେଲା।
ବଲାଙ୍ଗୀର (କୋଶଳ ପ୍ରହରୀ) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଭୁବନେ ପାଣ୍ଡେ ମହାନତା ଦେଖାଇ ଏକ ଶିଶୁ କନ୍ୟାର ଜୀବନ ବଞ୍ଚାଇଲେ। ସ୍ଥାନୀୟ ଖଳିଆଖମାର ଗ୍ରାମରୁ ଗର୍ଭବତୀଙ୍କୁ ଆଣିବା ସମୟରେ ରାସ୍ତାରେ ଯିବା ବେଳେ ପ୍ରସବ ବେଦନା ବଢ଼ି ଯାଇଥିଲା । ଆମ୍ବୁଲାନ୍ସ ଭିତରେ ହିଁ ଫାର୍ମାସିଷ୍ଟ ଜଣକ ନିଜ ଅଭିଜ୍ଞତା ଓ ସାହସରେ ସୁରକ୍ଷିତ ଭାବେ ଶିଶୁ କନ୍ୟାର ପ୍ରସବ କରାଇଲେ। ମା ଓ ଝିଅ ଉଭୟ ସୁସ୍ଥ ଅଛନ୍ତି। କିଛି ମିନିଟର ଭିତରେ ମୃତ୍ୟୁ ଓ ଜୀବନର ଫରକ ଥାଏ। ସେହି ସମୟରେ ୧୦୮ ଟିମ୍ ଦେଖାଇଥିବା ତତ୍ପରତା ଓ ସେବା ଭାବନା ସତରେ ପ୍ରଶଂସନୀୟ। ଏଇ ଘଟଣା ଆମକୁ ଶିଖାଏ ଯେ ସେବା ହିଁ ସବୁଠୁ ବଡ଼ ଧର୍ମ। ଏହି ମହତ କାର୍ଯ୍ୟରେ ସହଯୋଗୀ ହେମ ସାଗର ଗିଭେଲ ଓ ଚାଳକ ବାବୁଲା ସାହୁ ସହଯୋଗ କରିଥିଲେ ।

0 Comments