ଯାଜପୁରଟାଉନ/ଦଶରଥପୁର: ଗାଁ ଠାରୁ ବିଶ୍ବ ପର୍ଯ୍ୟନ୍ତ ପରିବେଶ ସୁରକ୍ଷା ଆଜି ସବୁଠୁ ବଡ଼ ପ୍ରସଙ୍ଗ ହୋଇଛି। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରକୃତିମାତା ଆମମାନଙ୍କୁ ଯାହା ସବୁ ଦେଉଛି, ତାହା କେବେବି ଆମେ ସୁଝିପାରିବା ନାହିଁ। କିନ୍ତୁ ସେହି ପ୍ରକୃତି ମାତାକୁ ସୁରକ୍ଷା ଦେବା ବଦଳରେ ପ୍ରତି ମୁହୂର୍ତ୍ତରେ ଆମେ ବିନାଶ ହିଁ କରିଚାଲିଛୁ। ବିକାଶ ଆଳରେ ପ୍ରକୃତିର ସୁନ୍ଦର ଓ ମନୋରମ ପରିବେଶକୁ ନଷ୍ଟ କରିଛୁ। ଯାଜପୁରଜିଲ୍ଲା ସଦର ନିର୍ବାଚନମଣ୍ଡଳୀ ବିରଜାପୁର ପଞ୍ଚାୟତ ଅନ୍ତର୍ଗତ ରାହାସ ଉତ୍ସବ ପଡ଼ିଆରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଯାଜପୁର ବିଧାୟିକା ସୁଜାତା ସାହୁ। ଶ୍ରୀମତୀ ସାହୁ କହିଥିଲେ, ସମାଜ ପ୍ରତି ଆମର କର୍ତ୍ତବ୍ୟ ଓ ଦାୟିତ୍ବ କଣ, ଏ ଜ୍ଞାନ ସମସ୍ତଙ୍କର ରହିବା ଦରକାର। ଗଛଟିଏ ପୋତିଦେବା ସହଜ, କିନ୍ତୁ ତାକୁ ବଞ୍ଚାଇବା ସହଜ ନୁହେଁ। ଗଛ ବଞ୍ଚାଇବାକୁ ହେଲେ ତା’ର ନିୟମିତ ଯତ୍ନ ନେବା ଜରୁରୀ। ପରିବେଶ ସୁରକ୍ଷା କରିବାକୁ ହେଲେ ସାମୂହିକ ପ୍ରଚେଷ୍ଟା ଆବଶ୍ୟକ। ସରକାରଙ୍କ ଠାରୁ ଆରମ୍ଭ କରି ଗଣମାଧ୍ୟମ, ଉଚ୍ଚଶିକ୍ଷିତ ବର୍ଗର ଲୋକ, ସ୍କୁଲ-କଲେଜର ଛାତ୍ରଛାତ୍ରୀ, ସାମାଜିକ ସଂଗଠନର କର୍ମକର୍ତ୍ତା, ଯୁବପିଢ଼ି, ମହିଳା, ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଜନସାଧାରଣ ସମସ୍ତେ ମିଳିତ ଭାବରେ ହାତ ବଢ଼ାଇଲେ ଏହା ସମ୍ଭବ ହୋଇପାରିବ। ଏଥିସହ ପରିବେଶ ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷରୋପଣ କରିବାକୁ ପଡ଼ିବ ବୋଲି ସେ କହିଥିଲେ। ସମ୍ବାଦ-ସାହିତ୍ୟଘର ଯାଜପୁର ଶାଖାର ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ କୁମାର ନନ୍ଦ ମୁଖ୍ୟବକ୍ତା ଭାବେ ଯୋଗଦେଇ ପରିବେଶ ପ୍ରଦୂଷଣ ରୋଗ ସୃଷ୍ଟିର କାରଣ ବୋଲି କହିଥିଲେ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ତ୍ତମାନ କେବଳ ବର୍ଷା, ଶୀତ ଓ ଗ୍ରୀଷ୍ମ ଋତୁ ଅନୁଭୂତ ହେଉଛି।
ତେଣୁ ପ୍ରତି ଛାତ୍ରଛାତ୍ରୀ ବର୍ଷକୁ ଅତିକମରେ ୧୦ଟି ବୃକ୍ଷ ଲଗାଇବା ସହ ଗାଁରେ ସଚେତନତା ସୃଷ୍ଟି କରିବା ପାଇଁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିରଜାପୁର ପଞ୍ଚାୟତର ସରପଞ୍ଚ ନିରାକାର ସାହୁ ତାଙ୍କ ଅଞ୍ଚଳ ତଥା ପଞ୍ଚାୟତକୁ ସବୁଜିମାମୟ ତଥା ପ୍ଲାଷ୍ଟିକମୁକ୍ତ କରିବାରେ ବିଭିନ୍ନ ଅନୁଷ୍ଠାନ ଓ ଜନସାଧାରଣଙ୍କର କିପରି ସହଯୋଗ କରିଆସୁଛନ୍ତି ସେ ସମ୍ପର୍କରେ ସୂଚନା ଦେଇଥିଲେ। ପରିବେଶବିତ୍ ତଥା ପୂର୍ବତନ ସରପଞ୍ଚ ଦେବେନ୍ଦ୍ର କୁମାର ପଣ୍ଡା ପରିବେଶ ସୁରକ୍ଷା ସହିତ ନିଶାମୁକ୍ତ ସମାଜ ଗଠନ ଦିଗରେ ଯୁବପିଢ଼ି ଓ ମହିଳାମାନେ ଆଗେଇ ଆସିବା ଦରକାର। ଚାରାରୋପରଣରେ ଫଳନ୍ତି ଓ ଔଷଧୀୟ ଗଛକୁ ଅଧିକ ମାତ୍ରାରେ ସାମିଲ କରିବାକୁ କହିଥିଲେ। ଶିକ୍ଷାବିତ୍ ତଥା ବିରଜାପୁର ଗ୍ରାମର ମୁରବି ଦେବକୁମାର ରାଉତରାୟ କହିଥିଲେ, ଆଧ୍ୟାତ୍ମିକ ଚେତନା ହରାଇ ବସିବା ଫଳରେ ପ୍ରକୃତିକୁ ପୂଜା କରିବା ଆମେ ଭୁଲି ଯାଇଛୁ। ସୁସ୍ଥ ପରିବେଶ ଫେରାଇ ଆଣିବା ଆମ ଦାୟିତ୍ବ। ଦାୟିତ୍ବବୋଧ ଓ ଚେତନା ଶକ୍ତିକୁ ସମସ୍ତେ ବଢ଼ାଇବା ଦରକାର ବୋଲି ସେ ପରାମର୍ଶ ଦେଇଥିଲେ। ସେହିପରି ସାଂସ୍କୃତିକ ଅନୁଷ୍ଠାନ ‘ଅନନ୍ୟା’ ଓ ରୋଟାରୀ କ୍ଲବ ଯାଜପୁର ଶାଖାର ସମ୍ପାଦକ ସୁବାଷ ମହାପାତ୍ର କବିତା ମାଧ୍ୟମରେ ପରିବେଶ ସୁରକ୍ଷା ଓ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ‘ସମ୍ବାଦ’ର ଯାଜପୁର ସଂସ୍କରଣ ମୁଖ୍ୟ ଗଦାଧର ପଣ୍ଡା ସଂଯୋଜନା କରିଥିବା ବେଳେ ଯାଜପୁର ଜିଲ୍ଲା ପ୍ରତିନିଧି ମନୋଜ କୁମାର ରାଉଳ ଅତିଥି ପରିଚୟ ଓ ଦଶରଥପୁର ବ୍ଲକର ସମ୍ବାଦ-କନକନ୍ୟୁଜ୍’ ପ୍ରତିନିଧି ଚନ୍ଦ୍ରଶେଖର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ‘ସମ୍ବାଦ’ର ଯାଜପୁର ଟାଉନ ପ୍ରତିନିଧି ଅରୁଣ ରାଉତରାୟଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ମାନବସେବା ସଂଗଠନର ସଦସ୍ୟ ସରୋଜ କୁମାର ରାଉତରାୟ, ଯାଜପୁର ଟାଉନ କନକ ନ୍ୟୁଜ୍ ପ୍ରତିନିଧି ବିଜୟ କୁମାର ସାହୁୁ, ଦଶରଥପୁର ବ୍ଲକ ସ୍ବଚ୍ଛ ଭାରତ ମିଶନର ସଂଯୋଜକ ମାନସ ଚନ୍ଦ୍ର ଦାସ, ପ୍ରଦୀପ କୁମାର ସ୍ବାଇଁ, ବ୍ରଜକିଶୋର ରାଉତ, ଗିରିଜା ଶଙ୍କର ବେହେରା, ଲକ୍ଷ୍ମୀ ସେଠୀ, ରୁନୁଲତା ମହାନ୍ତି, ସୁଷମାରାଣୀ ପଣ୍ଡା, ୱାର୍ଡ ସଭ୍ୟ ନାରାୟଣ ପଣ୍ଡାଙ୍କ ସମେତ ବିରଜାପୁର ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଗ୍ରାମର ଶତାଧିକ ମହିଳାପୁରୁଷ, ଛାତ୍ରଛାତ୍ରୀ ଓ ଯୁବକ ସାମିଲ ହୋଇଥିଲେ। ଶେଷରେ ରାହାସ ଉତ୍ସବ ପଡ଼ିଆ ଚାରିପଟେ ଚାରାରୋପଣ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହୋଇଥିଲେ।

0 Comments