ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ
ଖବର ସେୟାର କରନ୍ତୁ

ଛତ୍ରଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସଂସ୍କୃତି ବିକାଶ କାର୍ଯ୍ୟକ୍ରମ


ସିନ୍ଧେକେଲା (ଦିନେଶ ଜୈନ | କୋଶଳ ପ୍ରହରୀ): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଜୁରାବନ୍ଧ ପଞ୍ଚାୟତର ଛତ୍ରଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଓଡ଼ିଆ ଭାଷା ଓ ସଂସ୍କୃତିର ବିକାଶ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ନିଜ ମାତୃଭାଷାର ସୁରକ୍ଷା ଏବଂ ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟର ପ୍ରଚାର ପ୍ରସାର କରିବା। ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ଗୁରୁ ରବୀନ୍ଦ୍ର ସାଏ ଯୋଗଦେଇ ଆମ ଭାଷା ଓ ସଂସ୍କୃତିର ସୁରକ୍ଷା ତଥା ବିକାଶ ନିମନ୍ତେ ସଙ୍ଗୀତ କଳା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ କୁମ୍ଭାରଙ୍କ ଉଦ୍ୟମ ଓ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଶିକ୍ଷକ ସୁଧାଂଶୁ ଶେଖର ନାୟକ, ଗଙ୍ଗାଧର ଲୁହା, ଧବଳେଶ୍ୱର ସା, ଶିକ୍ଷୟିତ୍ରୀ ବନୀତା ଶବର ତଥା ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟର ଛାତ୍ରୀ ଉର୍ମିଳା ନାଗ, ଖୁସି ଶବର, ନୟନ୍ତି ଶବର, ବନୀତା ହଂସ ଓ ଦୁଲ୍ଲଣି ଭୋଇ ଓଡ଼ିଶୀ ନୃତ୍ୟ 'ମଙ୍ଗଳା ଚରଣ' ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ। ଶେଷରେ ଶିକ୍ଷକ ସୁଧାଂଶୁ ଶେଖର ନାୟକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।

Post a Comment

0 Comments