ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ
ଖବର ସେୟାର କରନ୍ତୁ

ଶୁଣ୍ଢୀମୁଣ୍ଡାରେ ଗୋପାଷ୍ଟମୀ ପୂଜାରେ ଯୋଗଦେଲେ ବିଜେଡ଼ି ଯୁବନେତା ଗିରିରାଜ ସିଂ ମାଝୀ


ସିନ୍ଧେକେଲା,୧୮।୧୧:(ଦିନେଶ ଜୈନ | କୋଶଳ ପ୍ରହରୀ) - ବଲାଙ୍ଗୀର ଜିଲ୍ଲା କାଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ୍‌ର ଗନ୍ଧର୍ଲା ଗ୍ରାମ ପଞ୍ଚାୟତ ଶୁଣ୍ଢୀମୁଣ୍ଡା ଗ୍ରାମରେ ପବିତ୍ର ଗୋପାଷ୍ଟମୀ ଅବସରରେ ଧାର୍ମିକ ଉତ୍ସାହ ଓ ଭକ୍ତିମୟ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଓ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଆୟୋଜିତ ସମାରୋହରେ ଅତିଥି ଭାବେ ଯୋଗଦେଇଥିଲେ ବିଜେଡ଼ିର ଯୁବନେତା ତଥା ଯୁବ ସଂଗଠକ ଗିରିରାଜ ସିଂ ମାଝୀ। କାର୍ଯ୍ୟକ୍ରମରେ ଗୋମାତାଙ୍କ ପୂଜାର୍ଚ୍ଚନା କରାଯିବା ସହ ପାରମ୍ପରିକ ରୀତିନୀତି ଅନୁଯାୟୀ ଗୋପାଷ୍ଟମୀ ପର୍ବ ପାଳନ କରାଯାଇଥିଲା। ଏହି ପବିତ୍ର ଅବସରରେ ଉପସ୍ଥିତ ଅତିଥି ଓ ଗ୍ରାମବାସୀ ଗୋମାତାଙ୍କ ଆଶୀର୍ବାଦ କାମନା କରିବା ସହ ଅଞ୍ଚଳର ସୁଖ, ଶାନ୍ତି, ଏକତା ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ଏନ୍‌ଏସି ବିଜେଡ଼ି ଯୁବ ସଭାପତି ବିଷ୍ଣୁ ପ୍ରସାଦ ଯୁଏଡ, ବଙ୍ଗୋମୁଣ୍ଡା ବ୍ଲକ୍ ବିଜେଡ଼ି ଯୁବ ସଭାପତି ପ୍ରେମିଶ ଚନ୍ଦ୍ର ବାଗ, ବଲାଙ୍ଗୀର ଜିଲ୍ଲା ବିଜେଡ଼ି ଯୁବ ସମ୍ପାଦକ ଭବାନୀ ଶଙ୍କର ନାଗ ଏବଂ ଜିଲ୍ଲା ବିଜେଡ଼ି ସଂଖ୍ୟାଲଘୁ ସେଲ୍ ସଭାପତି ଅସାଦୁଲ୍ଲା ଖାଁଙ୍କ ସମେତ ଦୈତାରୀ ଭୋଇ, ଭାଗ୍ୟଧର ସାହୁ, ଫାଲଗୁନି ସାହୁ, ଲବଣି ନାଗ, ଦେବେନ୍ଦ୍ର ନାଗ, ସୁରେଶ ଜାଲ, ବନ୍ତ ଗହୀର ଓ ସୁରେଶ ନାଗ ପ୍ରମୁଖ ଉପସ୍ଥିତ ଥିଲେ। ଗୋପାଷ୍ଟମୀ ଭଳି ଏକ ପବିତ୍ର ପର୍ବ ଅବସରରେ ରାଜନୈତିକ ଓ ସାମାଜିକ କ୍ଷେତ୍ରର ବ୍ୟକ୍ତିବିଶେଷଙ୍କ ଉପସ୍ଥିତି ଉତ୍ସବର ମାହୋଲକୁ ଅଧିକ ଆକର୍ଷଣୀୟ କରିଥିଲା। ଶେଷରେ ସମସ୍ତେ ଅଞ୍ଚଳର ମଙ୍ଗଳ ଓ ସର୍ବାଙ୍ଗୀଣ ଉନ୍ନତି କାମନା କରିଥିଲେ।

Post a Comment

0 Comments