ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ
ଖବର ସେୟାର କରନ୍ତୁ

ବାତ୍ୟା ପ୍ରଭାବରେ ୩୫୩ ଜାତୀୟ ରାଜପଥରେ ଉପୁଡ଼ିଲା ବିଶାଳ ଗଛ


ନୂଆପଡ଼ା (କୋଶଳ ପ୍ରହରୀ) ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ପ୍ରବଳ ପବନ ଯୋଗୁଁ ନୂଆପଡ଼ା ଜିଲ୍ଲାରେ ଜନଜୀବନ ପ୍ରଭାବିତ ହୋଇଛି। ଜିଲ୍ଲା ଦେଇ ଯାଇଥିବା ୩୫୩ ନମ୍ବର ଜାତୀୟ ରାଜପଥର ଦୁଇଟି ସ୍ଥାନରେ ବିଶାଳ ଗଛ ଉପୁଡ଼ି ପଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସୂଚନା ଅନୁଯାୟୀ, ଖଡ଼ିଆଳର ବବୁଲି ଢାବା ନିକଟରେ ଏକ ବଡ଼ ଗଛ ରାସ୍ତା ଉପରେ ପଡ଼ିଥିବା ବେଳେ ନୂଆପଡ଼ା ନେସନାଲ କଲେଜ ସମ୍ମୁଖରେ ମଧ୍ୟ ଅନ୍ୟ ଏକ ଗଛ ଉପୁଡ଼ି ପଡ଼ିଛି। ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିବା ସହ ଯାତ୍ରୀ ଓ ଚାଳକମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ରାସ୍ତା ଉପରୁ ଗଛ କାଟି ହଟାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି। ରାସ୍ତା ସଫା କରି ଯାତାୟାତକୁ ସ୍ୱାଭାବିକ କରିବା ପାଇଁ ଉଦ୍ୟମ ଜାରି ରହିଛି। ବାତ୍ୟାର ପ୍ରଭାବରେ ପବନର ବେଗ ବୃଦ୍ଧି ପାଇଥିବାରୁ ଗଛ ଉପୁଡ଼ି ପଡ଼ିଥିବା କୁହାଯାଉଛି। ଏଭଳି ପରିସ୍ଥିତିରେ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଲୋକଙ୍କୁ ସତର୍କ ରହିବା ସହ ଅତ୍ୟାବଶ୍ୟକ ନଥିଲେ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି।

Post a Comment

0 Comments