ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ମାଁ ଦ୍ୱାରସେନି ମନ୍ଦିରରେ ଚୋରଙ୍କ ଆତଙ୍କ

ଗ୍ରିଲ୍ ଗେଟ୍ ଭାଙ୍ଗି ସୁନା-ରୁପା ଅଳଙ୍କାର ଓ ହୁଣ୍ଡି ଟଙ୍କା ଚୋରି ଅଭିଯୋଗ



ସିନ୍ଧେକେଲା (କୋଶଳ ପ୍ରହରୀ ବ୍ରେକିଂ): ମାଁ ଦ୍ୱାରସେନି ମନ୍ଦିରରେ ଚୋରି ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ପ୍ରକାଶ ପାଇଛି। ଦୁର୍ବୃତ୍ତମାନେ ମନ୍ଦିରର ଗ୍ରିଲ୍ ଗେଟ୍ ଭାଙ୍ଗି ଭିତରକୁ ପ୍ରବେଶ କରି ସୁନା-ରୁପା ଅଳଙ୍କାର ସମେତ ହୁଣ୍ଡିରେ ଥିବା ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଦୁର୍ବୃତ୍ତମାନେ ଗ୍ରିଲ୍ ଗେଟ୍ ଭାଙ୍ଗି ମନ୍ଦିର ଭିତରକୁ ପଶିଥିଲେ। ଏହାପରେ ମାଁଙ୍କ ସୁନା-ରୁପା ଅଳଙ୍କାର ଓ ହୁଣ୍ଡିରେ ଥିବା ଟଙ୍କା ନେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଘଟଣା ପ୍ରକାଶ ପାଇବା ପରେ ମନ୍ଦିର କମିଟି ଓ ଭକ୍ତମାନଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଖବର ପାଇ ସିନ୍ଧେକେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରି ଘଟଣାର ବିଭିନ୍ନ ଦିଗକୁ ନେଇ ପୋଲିସ ଖୋଳତାଡ଼ କରୁଥିବା ବେଳେ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ଓ ଚୋରି ସାମଗ୍ରୀ ଉଦ୍ଧାର ପାଇଁ ତଦନ୍ତ ଜାରି ରହିଛି।

Post a Comment

0 Comments