ମାନବ ସେବାକୁ ମାଧବ ସେବାର ବାର୍ତ୍ତା ଦେଲା ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ
ତାଳଚେର (କୋଶଳ ପ୍ରହରୀ) : ଶେଷ ଶ୍ରାବଣ ସୋମବାର ଅବସରରେ ଶିବଭକ୍ତ ବୋଲବମ କାଉଡ଼ିଆଙ୍କ ସେବା ଓ ସହଯୋଗ ଉଦ୍ଦେଶ୍ୟରେ ତାଳଚେରରେ ଏକ ନିଆରା ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ସରୋଜ କୁମାର ସାହୁ ଓ ଦୀପକ ଡ୍ରେସ ହାଉସର ମାଲିକ ଦୀପକ ଅଗ୍ରୱାଲଙ୍କ ମିଳିତ ସହଯୋଗରେ ଏହି ସେବା ଶିବିର ଆୟୋଜନ କରାଯାଇଥିଲା। ‘ମାନବ ସେବା ହିଁ ମାଧବ ସେବା’କୁ ଆଧାର କରି ଫାଉଣ୍ଡେସନ ପକ୍ଷରୁ ଏହି ମାନବିକ ପ୍ରୟାସ ହାତକୁ ନିଆଯାଇଥିଲା। ତାଳଚେରସ୍ଥିତ ପଶ୍ଚିମେଶ୍ୱର ଶିବ ମନ୍ଦିର ନିକଟରେ ଆୟୋଜିତ ଏହି ଶିବିରରେ ଦୀର୍ଘ ପଥ ଅତିକ୍ରମ କରି ଯାଉଥିବା ବୋଲବମ ଭକ୍ତମାନଙ୍କୁ ଚା, କ୍ଷୀର, ବିସ୍କୁଟ, ହାଲୁଆ, ଉପମା, ଖିରି ଓ ଥଣ୍ଡା ପାଣି ଆଦି ପ୍ରଦାନ କରାଯାଇଥିଲା। ଦୀର୍ଘ ଯାତ୍ରାରେ ଥିବା ଶିବଭକ୍ତମାନଙ୍କୁ କିଛି ସମୟ ବିଶ୍ରାମ ସହ ଆବଶ୍ୟକ ସେବା ଯୋଗାଇଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଭକ୍ତମାନେ ମଧ୍ୟ ଏହି ସେବା କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ। ଏହି ଅବସରରେ ଫାଉଣ୍ଡେସନର ପ୍ରତିଷ୍ଠାତା ସରୋଜ କୁମାର ସାହୁ, ଦୀପକ ଅଗ୍ରୱାଲ, ଶିବ ସୁନ୍ଦର କର, ତାପସ ମହାପାତ୍ର, ଅଜିତ ସାମଲ, ସୋମେଶ ରଥ, ସୃତିରଞ୍ଜନ ପ୍ରଧାନ, ଜ୍ୟୋତି ରଞ୍ଜନ ଦେବତା, ରାମ ଚନ୍ଦ୍ର ବେହେରା, ପଦି ଭାଇ, ଲିଟୁ ଭାଇ, ଶଶୀ ଭାଇଙ୍କ ସମେତ ସଦସ୍ୟ ଓ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହି ଭକ୍ତମାନଙ୍କ ସେବାରେ ନିୟୋଜିତ ହୋଇଥିଲେ। ଜାତି, ଧର୍ମ, ବର୍ଣ୍ଣ ଓ ଦଳମତର ଊର୍ଦ୍ଧ୍ୱରେ ରହି ମାନବିକତା ଓ ସେବା ଭାବନାକୁ ଆଗକୁ ନେବା ଫାଉଣ୍ଡେସନର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଛି। “ସେବା ହିଁ ଧର୍ମ, ମାନବ ସେବା ହିଁ ମାଧବ ସେବା” ବାର୍ତ୍ତା ନେଇ ଶିବଭକ୍ତଙ୍କ ସେବା ମାଧ୍ୟମରେ ସମାଜରେ ଭାଇଚାରା, ସହଯୋଗ ଓ ମାନବିକତାର ବାର୍ତ୍ତା ପହଞ୍ଚାଇବାକୁ ସଂସ୍ଥା ପକ୍ଷରୁ ପ୍ରୟାସ କରାଯାଉଛି। ଆଗାମୀ ଦିନରେ ମଧ୍ୟ ଏଭଳି ମାନବିକ ସେବା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି। ସେହିପରି ସ୍ଥାନୀୟ ଅଞ୍ଚଳର ସେବାପ୍ରେମୀ ବ୍ୟକ୍ତି, ଯୁବକ, ମହିଳା ଓ ସ୍ୱେଚ୍ଛାସେବୀମାନଙ୍କୁ ଏଭଳି ଜନସେବାମୂଳକ କାର୍ଯ୍ୟରେ ସହଯୋଗର ହାତ ବଢ଼ାଇବାକୁ ଫାଉଣ୍ଡେସନ ପକ୍ଷରୁ ଆହ୍ୱାନ କରାଯାଇଛି।


0 Comments