ତୁରେକେଲା (କୋଶଳ ପ୍ରହରୀ) ଗତ କିଛି ଦିନ ଧରି ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ତୁରେକେଲା ବ୍ଲକ ଖଗସା ଗାଁ ର ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଯାଇଛି। ବିଲ ଭିତରେ ଆଣ୍ଠୁଏ ପର୍ଯ୍ୟନ୍ତ ପାଣି ଜମି ରହିଛି, ଯାହା ଫଳରେ ନୂଆ ଲଗାଯାଇଥିବା ଧାନ ଚାରା ସବୁ ପାଣି ଭିତରେ ପଚି ନଷ୍ଟ ହୋଇଯାଉଛି।ଚାଷୀମାନେ କହିବା ଅନୁସାରେ, ବହୁ କଷ୍ଟରେ ଋଣ କରି ବିହନ, ସାର ଆଣି ଧାନ ଲଗାଇଥିଲେ, ହେଲେ ଏବେ ଲଗାଣ ବର୍ଷା ସବୁ ସ୍ୱପ୍ନ ଭାସେଇ ନେଇଗଲା। ଏବେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି।ଚାଷୀମାନେ ସରକାରଙ୍କୁ କ୍ଷୟକ୍ଷତିର ଆକଳନ କରି ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି।ଓ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ ଗାଁ ର ସମସ୍ତ ଚାଷୀ କୁ ଲାଗୁ କରିବାପାଇଁ ଅନୁରୋଧ କରିଛନ୍ତି।

0 Comments