ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ
ଖବର ସେୟାର କରନ୍ତୁ

ତୁରେକେଲା ବ୍ଲକରେ ୩୬୫ ନୂତନ ହିତାଧିକାରୀଙ୍କୁ ମିଳିଲା ଭତ୍ତା, ବଣ୍ଟନ କଲେ ବିଧାୟକ ଲକ୍ଷ୍ମଣ ବାଗ


କଣ୍ଟାବାଞ୍ଜି  (କୋଶଳ ପ୍ରହରୀ): ଗରିବ, ବୃଦ୍ଧବୃଦ୍ଧା ଓ ଅସହାୟଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା ଲକ୍ଷ୍ୟରେ ତୁରେକେଲା ବ୍ଲକରେ ୩୬୫ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି। ଶୁକ୍ରବାର ତୁରେକେଲା ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ତୁରେକେଲା ବ୍ଲକ ସାଂସଦ ପ୍ରତିନିଧି ଅକ୍ଷୟ ମେହେର, ବ୍ଲକ ଅଧ୍ୟକ୍ଷା ପୂଜା ବେହେରା, ବିଡିଓ ପୂର୍ଣ୍ଣାନନ୍ଦ ପଟେଲ, ବ୍ଲକ ସରପଞ୍ଚ ସଂଘ ସଭାପତି ଜଳନ୍ଧର ମହାକୁଡ଼, ଜିପିଡିଓ ଗଜାନନ୍ଦ ନାଏକ, ବିଏସଏସଓ ଭବାନୀ ପଟେଲ ଓ ବିପିଏମ ନୀଳମାଧବ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଓ ସରକାରୀ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।

ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ଦ୍ୱାରା ସେମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାର ସୁବିଧା ମିଳିବା ସହ ଆର୍ଥିକ ସହାୟତା ଯୋଗାଇବାରେ ଏହା ସହାୟକ ହେବ।

Post a Comment

0 Comments