ସଇଁନ୍ତଲା (କୋଶଳ ପ୍ରହରୀ) ସଇଁନ୍ତଲା ଅଞ୍ଚଳର ସର୍ବାଙ୍ଗୀନ ବିକାଶ, ଉନ୍ନତି ଓ ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଇଁନ୍ତଲାକୁ ଏନ ଏ ସି (ବିଜ୍ଞାପିତ ଅଞ୍ଚଳ ପରିଷଦ) ମାନ୍ୟତା ପ୍ରଦାନ ଦାବି ଦୀର୍ଘ ଦିନରୁ ରହିଆସିଛି।ଏହି ଦାବିକୁ ଗଣତାନ୍ତ୍ରିକ ଓ ଶାନ୍ତିପୂର୍ଣ୍ଣ ଉପାୟରେ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ଉଦ୍ଦେଶ୍ୟରେ ସଇଁନ୍ତଲାଠାରୁ ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ପଦଯାତ୍ରା ଆସନ୍ତା କାଲି ତା ୦୨.୧୦. ୨୦୨୬ ରିଖ ଦିନ ଆୟୋଜନ କରାଯିବ। ଏହି ପଦଯାତ୍ରାରେ ସଇଁନ୍ତଲା ଅଞ୍ଚଳର ବିଭିନ୍ନ ବର୍ଗର ଜନସାଧାରଣ, ଯୁବକ, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ଅଞ୍ଚଳବାସୀ ସାମିଲ ହେବାକୁ ସ୍ୱୀକୃତି ଦେଇଛନ୍ତି . ସଇଁତଳା ସରପଞ୍ଚ ଇଂ ସୁବ୍ରତ ବେହେରା ଓ ସଇଁତଳା ଏନ ଏ ସି ଆନ୍ଦୋଳନ କମିଟି ଦ୍ୱାରା ଏହି ପଦଯାତ୍ରା ଆସନ୍ତା କାଲି ଦିନ ୧୧. ୦୦ ସମୟରେ ସଇଁତଳା ରୁ ବାହାରି ବଲାଙ୍ଗୀର ରେ ଜିଲ୍ଲାପାଳ ଙ୍କୁ ଭେଟି ଦାବି ପତ୍ର ଦେବେ।
0 Comments