ତାଳଚେର, (କୋଶଳ ପ୍ରହରୀ) : ପ୍ରକୃତି ସୁରକ୍ଷା, ପରିବେଶର ସନ୍ତୁଳନ ରକ୍ଷା ଓ ସମାଜରେ ପରିବେଶ ସଚେତନତା ସୃଷ୍ଟି ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଳଚେର ଅଞ୍ଚଳର ନକେଇପଶି ଗ୍ରାମର ଅଜୟ କୁମାର ଦାସଙ୍କୁ ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ପକ୍ଷରୁ ‘ପ୍ରକୃତି ପ୍ରେମୀ’ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ଅବସରରେ ତାଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିନ୍ଦୁ ସାଗର ଦାଣ୍ଡିଆ, ରତନ କୁମାର ସାହୁ, କବି ଅନୁପ ଗଡ଼ନାୟକ, ରାହାସ ସାର, ନାତିଡ଼ି ଗ୍ରାମର ସଭାପତି ଶଶାଙ୍କ ଶେଖର ସାମଲ, ନାଏବ ସରପଞ୍ଚ ଲୋପାମୁଦ୍ରା ଗଡ଼ନାୟକ, ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସମାଜସେବୀ ସରୋଜ କୁମାର ସାହୁ ଏବଂ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଅତିଥିମାନେ ଅଜୟ କୁମାର ଦାସଙ୍କ ପ୍ରକୃତି ପ୍ରତି ଭଲପାଇବା ଓ ପରିବେଶ ସୁରକ୍ଷା ପ୍ରତି ତାଙ୍କର ଅବଦାନକୁ ପ୍ରଶଂସା କରିଥିଲେ। ସବୁଜ ପରିବେଶ ଗଠନ, ପ୍ରାକୃତିକ ସମ୍ପଦର ସୁରକ୍ଷା ଏବଂ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ଆମ ସମସ୍ତଙ୍କ ସାମୂହିକ ଦାୟିତ୍ୱ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନର ଏହି ପଦକ୍ଷେପ ପ୍ରକୃତିପ୍ରେମୀ ଓ ସମାଜସେବାରେ ନିୟୋଜିତ ବ୍ୟକ୍ତିମାନଙ୍କୁ ଉତ୍ସାହିତ କରିବା ସହ ସମାଜରେ ପରିବେଶ ସୁରକ୍ଷା ପ୍ରତି ସକାରାତ୍ମକ ବାର୍ତ୍ତା ପହଞ୍ଚାଇବ ବୋଲି ଆଶା ପ୍ରକାଶ କରାଯାଇଛି।
ବାର୍ତ୍ତା: ପ୍ରକୃତିକୁ ସୁରକ୍ଷା କରନ୍ତୁ, ଜୀବନକୁ ସୁରକ୍ଷିତ କରନ୍ତୁ।

0 Comments