ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ
ଖବର ସେୟାର କରନ୍ତୁ

୭ ମାସର ଗର୍ଭବତୀ ମହିଳାଙ୍କ ମୃତ୍ୟୁ


ଝରିଗାଁ (କୋଶଳ ପ୍ରହରୀ) ସ୍ୱାଧୀନତାର ୮ ଦଶନ୍ଧି ପରେ ମଧ୍ୟ ଏବେବି ପ୍ରସୂତି ମହିଳାଙ୍କ ମୃତ୍ୟୁ ଘଟଣା ଦେଖିବାକୁ ମିଳିଛି ଝରିଗାଁ ବ୍ଲକ ,ବେଲଗାଁ ପଞ୍ଚାୟତର ଗଦଗଦା ଗ୍ରାମ (୧ ନଂ ୱାର୍ଡ) । ୭ ମାସର ଗର୍ଭବତୀ ମହିଳାଙ୍କ ମୃତ୍ୟୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ମୃତ୍ୟୁର ତିନି ଦିନ ପରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଓ ମେଡିକାଲ ଅଫିସର ସମେତ ଅନ୍ୟାନ୍ୟ କର୍ମଚାରୀ ଗାଁ ରେ ପହଞ୍ଚିଛନ୍ତି। ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବା ପରେ ଝରିଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ କାର୍ଯ୍ୟରତ କର୍ମଚାରୀ ମୃତକାଙ୍କ ଗାଁ କୁ ପହଞ୍ଚିଥିଲେ। ମୃତ ଗର୍ଭବତୀ ମହିଳା ହେଲେ ସୁକଲୁ ଯୋଡ଼ିଆ (୧୯) ସ୍ୱାମୀ ଖଗ ମୁଦୁଲି। ପ୍ରଥମ ସନ୍ତାନ ଗର୍ଭ ଧାରଣ ପରେ ୭ ମାସ ଚାଲିଥିବା ବେଳେ ବୁଧବାର ବିଳମ୍ବିତ ରାତ୍ରିରେ ସୁକଲଙ୍କ ହଠାତ୍ ଦେହ ଅସୁସ୍ଥ ଅନୁଭବ କରିଥିଲେ। ପରିବାର ଲୋକ ମଧ୍ୟରେ ପ୍ ମୃତକାଙ୍କ ଶଶୁର ଦିବା ମୁଦୁଲି ଓ ଶାଶୁ ବାସନ୍ତୀ ମୁଦୁଲି କହିବା ପ୍ରକାରେ ବିଲମ୍ବିତ ରାତ୍ରୀରେ ସୁକଲ ଙ୍କୁ ଦୁଇଥର ବାନ୍ତି ହୋଇଥିଲା। ଚିକିତ୍ସା ପାଇଁ ଡାକ୍ତରଖାନା କୁ ନେବାକୁ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍ ପ୍ରାଣବାୟୁ ଉଡ଼ିଯାଇଥିଲା ବୋଲି କହିଥିଲେ। କେଉଁ ପରିସ୍ଥିତିରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଛି ତାହା ତଦନ୍ତ ସାପେକ୍ଷ। ମହିଳାଙ୍କ ମୃତ୍ୟୁର (୭୨ ଘଂଟା ) ବା ତିନି ଦିନ ପରେ ଗାଁ  ପହଞ୍ଚିଥିଲେ ମେଡିକାଲ ଅଫିସର ଗଣେଶ ନାରାୟଣ ସାହୁ ,ଝରିଗାଁ ସେକ୍ଟର ସୁପର ଭାଇଜର ପରନାଥ ମାଝୀ , ଧନପୁର ସବ୍ ସେଣ୍ଟର୍ ଏ ଏନ୍ ଏମ୍ ଜଗବତୀ ମାଝୀ,ଅଙ୍ଗନୱାଡି ଲଛନନ୍ଦେଇ ଗଣ୍ଡ ଓ ଆଶାକର୍ମୀ ଅଞ୍ଜଳି ଜାନି ପହଞ୍ଚିଥିଲେ। ମୃତା ଗର୍ଭବତୀ ସୁକଲଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ଓ ପ୍ରସୂତି ମହିଳାଙ୍କ ଆବଶ୍ୟକ ଔଷଧ ସେବନ ସମୟାନୁସାରେ ଚାଲିଥିବା ମହିଳା ସ୍ୱାସ୍ଥ୍ୟକର୍ମୀ ଭଗବତୀ ମାଝୀ କହିଥିଲେ। ତେବେ ମହିଳାଙ୍କ ମୃତ୍ୟୁ ପ୍ରସଙ୍ଗରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଅରବିନ୍ଦ ପଣ୍ଡା ଙ୍କୁ ପଚାରିବାରୁ ଏ ସମ୍ପର୍କରେ ପରେ ସୂଚନା ମିଳିଥିବା କହିଥିଲେ। ଘଟଣାର ତଦନ୍ତ ପାଇଁ ଡ଼ ଗଣେଶ ସହ ସୂପର ଭାଇଜର ପରନାଥ ମାଝୀଙ୍କୁ ଗଦଗଦା ଗ୍ରାମକୁ ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିବା କହିଥିଲେ। ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ରହିଥିବା ମହିଳା ସ୍ୱାସ୍ଥ୍ୟକର୍ମୀ ଭଗବତୀ ମାଝୀ କହିଛନ୍ତି। ଶରୀରରେ ହିମୋଗ୍ଲୋବିନ୍ ମାତ୍ରା ୧୦ ପଏଣ୍ଟ ସମେତ ଅନ୍ୟାନ୍ୟ ଉପାଦାନ ଠିକ୍ ଥିବା ବେଳେ ମହିଳାଙ୍କ ମୃତ୍ୟୁ କାରଣ ସ୍ପଷ୍ଟ ହୋଇପାରିନାହିଁ। କେଉଁ କାରଣରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଲା ତାହା ଏବେ ତଦନ୍ତ ସାପେକ୍ଷ। ଯଦି ସ୍ଵାସ୍ଥ୍ୟ ଅବସ୍ଥା ଠିକ୍ ଥିଲା ତେବେ କେଉଁ କାରଣରୁ ମହିଳାଙ୍କ ମୃତ୍ୟୁ ହୋଇଛି କାରଣକୁ ଚପାଇଦେବାକୁ ସ୍ଵାସ୍ଥ୍ୟ ବିଭାଗର କର୍ମଚାରୀ ଚପାଇଦେବାକୁ ଉଦ୍ୟମ ଜାରି ରହିଥିବା ଜଣାପଡୁଛି। ତେବେ ଘଟଣାର ନିରପେକ୍ଷ ତଦନ୍ତ କଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ବେତନଭୋଗୀ କର୍ମଚାରୀ କେଉଁ ପରିସ୍ଥିତିରେ ଏଭଳି ଗର୍ଭବତୀ ମହିଳା ପ୍ରତି ଅଣଦେଖା କରୁଛନ୍ତି ଏହା ନିଶ୍ଚିତ ଭାବେ ପରିତାପର ବିଷୟ ହୋଇଛି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଶ୍ରୀ ପଣ୍ଡା ଏହାର ତଦନ୍ତ କରିବା ସହ ଦାୟୀତ୍ୱରେ ଅବହେଳା କରୁଥିବା ସ୍ୱାସ୍ଥ୍ୟବିଭାଗ କର୍ମଚାରୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

AD.......

Post a Comment

0 Comments