ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ଜ୍ଞାନେଶ୍ଵର ବାବା ମନ୍ଦିର ରେ ମହା ଗଙ୍ଗାଜଳ ସାଇ


ବୀରମହାରାଜପୁର (କୋଶଳ ପ୍ରହରୀ) ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ଜ୍ଞାନେଶ୍ଵର ବାବା ମନ୍ଦିର ରେ ଦୂତୀୟ ସୋମବାର ରେ ମହା ଗଙ୍ଗାଜଳ ସାଇ ଅନୁଷ୍ଠିତହୋଇଯାଇଛି। କେନଝିରିଆପାଳି ବୋଲବମ କମିଟି ପକ୍ଷରୁ ଉତ୍ତରପ୍ରଦେଶ ପ୍ରୟାଗରାଜ ରୁ ଗଙ୍ଗାଜଳ ଅଣା ଯାଇଥିଲାଗାଁ ନିକଟରେ ଗଙ୍ଗାଜଳ ପହଁଚିଲା ପରେ କର୍ତଙ୍ଗ ର ଘଣ୍ଟପାଟି ବଲିପାଲି କୀର୍ତ୍ତନ ଦଳ ଓ କେନଝିରିଆପାଲି କୀର୍ତ୍ତନ ଦଳ ଯୋଗଦେଇ ଏକ ଶୋଭାଯାତ୍ରା ରେ ବାହାରି ମନ୍ଦିର ରେ ପହଂଚିବା ପରେ ବୋଲବମ ଭକ୍ତମାନେ ପରେ ଜଳପୂର୍ଣ୍ଣ କଳସ ଧରି ଧାଡିରେ ଯାଇ ସେମାନେ ମନ୍ଦିରରେପାଣି ଢ଼ାଳିଥିଲେ। ଏହି ଅବସରରେ ମନ୍ଦିରମାନଙ୍କରେ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇଥିଲା। ଜ୍ଞାନେଶ୍ଵର ବାବା ଙ୍କୁ ମହା ଗଙ୍ଗାଜଳ ସାଇ କରାଯାଇଥିଲା। ମନ୍ଦିର ପୁଝାରୀ ଶିବରାମ ବଡ଼ମାଳି, 
ଜଗଦୀଶ ବଡ଼ମାଳି ବନମାଳୀ ଚାନ୍ଦ ପୂଜାକାର୍ଯ୍ୟ କରିଥିଲେ। ଏଥିରେ କେନଝିରିଆପାଲି, ବୋଲବମ ସଙ୍ଘ ଓ ଲୁତୁରପଙ୍କ ବୋଲବମସଙ୍ଘ ଓ କେନଝିରିଆପାଳି ଗ୍ରାମବାସି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଘୁଙ୍ଗାନନ୍ଦ ପୁରୀଜି ମହାରାଜ ଙ୍କ ତତ୍ଵାବଧାନ ରେ ସମସ୍ତ କାର୍ଯ୍ୟକ୍ରମ ସମାପନ ହୋଇଥିଲା।ଏବଂ ଆଖପାଖ କାଉଡିଆ ଭକ୍ତ ମାନେ ଯୋଗ ଦେଇ ସହଯୋଗ କରିଥିଲେ ଏବଂଦର୍ଶକ ମାନଙ୍କ ପାଇଁ ଭକ୍ତିଆରାଧାନା ଗ୍ରୁପ ଦ୍ଵାରା ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ମହା ଗଙ୍ଗାଜଳ ସାଇ ର କୃପା ଲାଭ କରିବା ପାଇଁ ଅଞ୍ଚଳ ର ହଜାର ହଜାର ଭକ୍ତ ସମାଗମ ହୋଇଥିଲେ ଭକ୍ତଓ କାଉଡିଆ ମାନଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ତା କରାଯାଇଥିଲା ସେହିପରି ବୀରମହାରାଜପୁର ବ୍ଲକର ବିଭିନ୍ନ ଶିବାଳୟରେ ଶ୍ରାବଣ ଦୂତୀୟ ସୋମବାରରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ବ୍ଲକ ଉପାନ୍ତ ପିତାମହୁଲ, ସୁନାରିବେର୍ଣ୍ଣି ବଡ଼ବର୍ତାକଟା, ଶିବ ମନ୍ଦିର, ଗୌଡଗାଡ, ଭାଲୁଡୁଙ୍ଗୁରି, ଠେଙ୍ଗୋଡ୍ୟାମ, କୁଞ୍ଜାପାଲି ଖଇର ମାଲ, କେଶଲଗା, ଖଇରମାଲ ବାରଝୁଲା, ମେଣ୍ଡାମାଲ ତେଲିପାଲି ଆଦି ଶିବାଳୟରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ବିଭିନ୍ନ ସ୍ଥାନରେ ନାମ, ଭଜନ, ସଙ୍କୀର୍ତ୍ତନ ପରିବେଷଣ କରାଯାଇଥିଲା।

Post a Comment

0 Comments