ଅଂଶଗ୍ରହଣକାରୀ ଚେତନା ପଟ୍ଟନାୟକ କହିଛନ୍ତି ଯେ, ପ୍ରତ୍ୟେକ ଅଡ୍ଡାରେ ନୂତନ ଜ୍ଞାନ ଓ ଅନୁଭୂତି ସହ ନେତୃତ୍ୱ, ଯୋଗାଯୋଗ କୌଶଳ, ଦାୟିତ୍ୱବୋଧ ଓ ନିଷ୍ପତ୍ତି ନେବାର କ୍ଷମତା ବିକଶିତ ହୋଇଛି। ପ୍ରିୟଙ୍କା ପ୍ରିୟଦର୍ଶିନୀ ଗୌଡ଼ଙ୍କ ମତରେ, ଗୋଷ୍ଠୀ ଆଲୋଚନା, ଅନୁଭୂତି ବିନିମୟ ଓ ସମାଜ ସଚେତନତା କାର୍ଯ୍ୟକ୍ରମ ତାଙ୍କୁ ଜଣେ ଭଲ ଓ ସଚେତନ ନାଗରିକ ହେବାର ପ୍ରେରଣା ଦେଇଛି।
ମିତା ସେଠ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ତାଙ୍କୁ ଆତ୍ମବିଶ୍ୱାସର ସହ କଥା କହିବା, ଅନ୍ୟମାନଙ୍କ କଥା ଶୁଣିବା ଓ ଦଳରେ କାମ କରିବା ଶିଖାଇଛି। ମୋନାଲିସା ଭୁଏଁଙ୍କ ମତରେ, ପ୍ରତ୍ୟେକ ସେସନ୍ ତାଙ୍କୁ ଆହୁରି ଆତ୍ମବିଶ୍ୱାସୀ, ଶୃଙ୍ଖଳିତ ଓ ଦାୟିତ୍ୱବାନ କରିଛି।
ସୁମିତ ଚୌଧୁରୀ କହିଛନ୍ତି ଯେ, ଏହି ଯାତ୍ରା ମାଧ୍ୟମରେ ସେ ମୌଳିକ ଅଧିକାର, ମୌଳିକ କର୍ତ୍ତବ୍ୟ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ସମ୍ପର୍କରେ ଗଭୀର ଜ୍ଞାନ ଲାଭ କରିଥିବାବେଳେ ରୋଜାଲି ଖମାରୀ କହିଛନ୍ତି ଯେ, ଅଡ୍ଡା–୧ ରୁ ଅଡ୍ଡା–୧୨ କେବଳ ବୈଠକ ନୁହେଁ, ବରଂ ଶୃଙ୍ଖଳା, ନେତୃତ୍ୱ ଓ ସମାଜ ପ୍ରତି ଦାୟିତ୍ୱବୋଧ ଗଢ଼ି ତୋଳିବାର ଏକ ସ୍ମରଣୀୟ ଯାତ୍ରା।
କାର୍ଯ୍ୟକ୍ରମର ସୁବିଧାଦାତା ମାସୁଦ ଆଲମ କହିଛନ୍ତି ଯେ, ଅଡ୍ଡା–୧ ରୁ ଅଡ୍ଡା–୧୨ କେବଳ ଆଲୋଚନାମୂଳକ ସେସନ୍ରେ ସୀମିତ ନ ରହି ଯୁବପିଢ଼ୀଙ୍କ ମଧ୍ୟରେ ନେତୃତ୍ୱ, ଦାୟିତ୍ୱବୋଧ ଓ ସମ୍ବିଧାନିକ ମୂଲ୍ୟବୋଧ ସୃଷ୍ଟି କରିବାର ଏକ ସଫଳ ପ୍ରୟାସ ଥିଲା। ତାଙ୍କ କହିବାନୁସାରେ, ପ୍ରଥମ ସେସନ୍ରେ ସଙ୍କୋଚବୋଧ କରୁଥିବା ଅନେକ ଛାତ୍ରଛାତ୍ରୀ ବର୍ତ୍ତମାନ ଆତ୍ମବିଶ୍ୱାସର ସହ ନିଜ ମତ ପ୍ରକାଶ କରିବା ସହ ଦଳଗତ ଭାବେ କାମ କରିବା ଏବଂ ସମାଜ ପ୍ରତି ନିଜ ଦାୟିତ୍ୱ ବୁଝିପାରୁଛନ୍ତି।
ସେ ଆହୁରି କହିଛନ୍ତି ଯେ, ସମ୍ବିଧାନିକ କାର୍ଯ୍ୟ, ଗୋଷ୍ଠୀ ଆଲୋଚନା, ସମସ୍ୟା ସମାଧାନମୂଳକ କାର୍ଯ୍ୟକଳାପ ଓ ସାମାଜିକ ସଚେତନତା ଅଭିଯାନ ମାଧ୍ୟମରେ ଅଂଶଗ୍ରହଣକାରୀମାନେ କେବଳ ଜ୍ଞାନ ଅର୍ଜନ କରିନାହାନ୍ତି, ବରଂ ସଚେତନ, ଦାୟିତ୍ୱବାନ ଓ ସକ୍ରିୟ ନାଗରିକ ହେବାର ଦିଗରେ ମଧ୍ୟ ଆଗେଇଛନ୍ତି। ଏହି ଯାତ୍ରାରୁ ମିଳିଥିବା ଶିକ୍ଷା ଓ ମୂଲ୍ୟବୋଧ ଭବିଷ୍ୟତରେ ସେମାନଙ୍କ ବ୍ୟକ୍ତିଗତ, ଶିକ୍ଷାଗତ ଓ ବୃତ୍ତିଗତ ଜୀବନରେ ପଥପ୍ରଦର୍ଶକ ହୋଇ ରହିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

0 Comments