ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ଶାବର ଶ୍ରୀକ୍ଷେତ୍ର ବଡଦାଣ୍ଡରେ ସୁନାବେଶରେ ଝଟକିଲେ ରଥାରୂଢ଼ ମହାବାହୁ


କୋରାପୁଟ (କୋଶଳ ପ୍ରହରୀ) : ଶାବର ଶ୍ରୀକ୍ଷେତ୍ର ବଡଦାଣ୍ଡରେ ସୁନାବେଶରେ ଝଟକିଲେ ରଥାରୂଢ଼ ମହାବାହୁ । ସୁନାବେଶରେ ଶ୍ରୀବିଗ୍ରହଙ୍କୁ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି । ତିନି ରଥରେ ଅଧରପଣା ଲାଗି ହୋଇଥିବାବେଳେ ଆସନ୍ତାକାଲି (ଗୁରୁବାର) ଚତୁର୍ଦ୍ଧା ମୂର୍ତ୍ତିଙ୍କ ନିଳାଦ୍ରୀବିଜେ ଅନୁଷ୍ଠିତ ହେବ । ପବିତ୍ର ବଡ଼ ଏକାଦଶୀ ଅବସରରେ ଶାବର ଶ୍ରୀକ୍ଷେତ୍ର କୋରାପୁଟର ବଡଦାଣ୍ଡରେ ଆଜି ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ସୁନାବେଶରେ ଭକ୍ତ ଦର୍ଶନ କରିଛନ୍ତି । ଶ୍ରୀବିଗ୍ରହଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା । ସୁନାବେଶର କିରୀଟ, କଙ୍କଣ, ପାହୁର, ମାଳି ଭଳି ସମସ୍ତ ଅଳଙ୍କାର ଲାଗି କରାଯାଇଥିଲା ।

Post a Comment

0 Comments